ଆସ୍କା: ସ୍ତ୍ରୀକୁ ମାରିଲା ସ୍ୱାମୀ

ଆସ୍କା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାଳିମେଘି ଗାଁର କୃଷ୍ଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଉତମିଙ୍କୁ ପଥରେ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖଦାପଲ୍ଲୀ-ରାଣିପଡ଼ା ରାସ୍ତାର ବାଉଁଶିଆ ନାଳ ପାଖରେ ସ୍ତ୍ରୀକୁ ହତ୍ୟା କରି କୃଷ୍ଣ ଦୌଡ଼ି ପଳାଉଥିବା ବେଳେ ନିକଟସ୍ଥ ଜମିରେ ଚାଷ କାର୍ଯ୍ୟ କରୁଥିବା ଲୋକେ ତାକୁ କାବୁ କରି ନେଇଥିଲେ। ଅଭିଯୋଗ ଅନୁଯାୟୀ କୃଷ୍ଣ ସ୍ୱାଇଁଙ୍କ ଘରେ ସବୁବେଳେ କଳି ହେଉଥିଲା। […]

aska

aska

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 01:59 PM IST

Sports

Latest News

ଆସ୍କା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାଳିମେଘି ଗାଁର କୃଷ୍ଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଉତମିଙ୍କୁ ପଥରେ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖଦାପଲ୍ଲୀ-ରାଣିପଡ଼ା ରାସ୍ତାର ବାଉଁଶିଆ ନାଳ ପାଖରେ ସ୍ତ୍ରୀକୁ ହତ୍ୟା କରି କୃଷ୍ଣ ଦୌଡ଼ି ପଳାଉଥିବା ବେଳେ ନିକଟସ୍ଥ ଜମିରେ ଚାଷ କାର୍ଯ୍ୟ କରୁଥିବା ଲୋକେ ତାକୁ କାବୁ କରି ନେଇଥିଲେ।

ଅଭିଯୋଗ ଅନୁଯାୟୀ କୃଷ୍ଣ ସ୍ୱାଇଁଙ୍କ ଘରେ ସବୁବେଳେ କଳି ହେଉଥିଲା। ଆଜି ସକାଳେ ଉଭୟ ସ୍ୱାମୀ,ସ୍ତ୍ରୀ ଧାନ ରୋଇବାକୁ ଜମିକୁ ଆସିଥିଲେ। ଜମିରେ ବି ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନିଶାରେ ଥିବା କୃଷ୍ଣ ପ୍ରଥମେ ଉତ୍ତ୍ୟକ୍ତ ହୋଇ ଉତମିଙ୍କ ମୁଣ୍ଡକୁ ଏକ ପଥର ମାରିଥିଲା। ସେ ତଳେ ପଡ଼ି ଯିବା ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା କୃଷ୍ଣ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos