ଏଟି ଚିଟ୍‌ଫଣ୍ଡ ଠକେଇ ମାମଲା: ଫୋରେନ୍‌ସିକ୍‌ ଲାବକୁ ଗଲା ଜବତ ଡକ୍ୟୁମେଣ୍ଟ

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ସଂସ୍ଥା ମାମଲାରେ ଜବତ ହୋଇଥିବା ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ ପାଇଁ ହାଇଦ୍ରାବାଦ ଫୋରେନ୍‌ସିକ୍‌ ଲାବକୁ ପଠାଯାଇଛି। ଯାଞ୍ଚ ରିପୋର୍ଟ୍‌ ଆସିଲେ କାରବାର ସଂକ୍ରାନ୍ତ ସମସ୍ତ ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଏଟି ଚିଟ୍‌ଫଣ୍ଡ ସଂସ୍ଥାର ଠକେଇ ମାମଲା ପଦାକୁ ଆସିବା ପରେ ମୁଖ୍ୟ ପ୍ରଦୀପ ସେଠୀଙ୍କୁ କମିଶନରେଟ୍‌ ପୋଲିସ୍‌ ଗିରଫ କରି ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା। ପରେ ପୋଲିସ୍‌ ଜବତ ସମସ୍ତ ଡକ୍ୟୁମେଣ୍ଟ ସିବିଆଇକୁ ହସ୍ତାନ୍ତର କରିଥିଲା। […]

at

at

Rakesh Mallick
  • Published: Wednesday, 14 September 2016
  • Updated: 17 September 2016, 10:14 AM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ସଂସ୍ଥା ମାମଲାରେ ଜବତ ହୋଇଥିବା ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ ପାଇଁ ହାଇଦ୍ରାବାଦ ଫୋରେନ୍‌ସିକ୍‌ ଲାବକୁ ପଠାଯାଇଛି। ଯାଞ୍ଚ ରିପୋର୍ଟ୍‌ ଆସିଲେ କାରବାର ସଂକ୍ରାନ୍ତ ସମସ୍ତ ଗୁମର ଖୋଲିବ ବୋଲି ଆଶା କରାଯାଉଛି।

ଏଟି ଚିଟ୍‌ଫଣ୍ଡ ସଂସ୍ଥାର ଠକେଇ ମାମଲା ପଦାକୁ ଆସିବା ପରେ ମୁଖ୍ୟ ପ୍ରଦୀପ ସେଠୀଙ୍କୁ କମିଶନରେଟ୍‌ ପୋଲିସ୍‌ ଗିରଫ କରି ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା। ପରେ ପୋଲିସ୍‌ ଜବତ ସମସ୍ତ ଡକ୍ୟୁମେଣ୍ଟ ସିବିଆଇକୁ ହସ୍ତାନ୍ତର କରିଥିଲା। ସିବିଆଇ ସମ୍ପୃକ୍ତ ଡକ୍ୟୁମେଣ୍ଟକୁ ଅନୁଧ୍ୟାନ କରି କେତେକ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କୁ ଜେରା କରିଥିଲା। ସେଥିରୁ ଏବେ କେତେ ଜଣ ଜାମିନରେ ଆସିଛନ୍ତି। ପରେ ସିବିଆଇ ସମସ୍ତ ଡକ୍ୟୁମେଣ୍ଟକୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସିରେ ଦାଖଲ କରିଥିଲେ। ଜବତ ଡକ୍ୟୁମେଣ୍ଟ ମଧ୍ୟରେ ରହିଛି ୪୦ରୁ ଊର୍ଦ୍ଧ୍ୱ ଲାପଟପ୍‌, ହାର୍ଡଡିସ୍କ୍‌ ଓ ସିଡି। କୋର୍ଟର ନିର୍ଦ୍ଦେଶରେ ଜବତ ଡକ୍ୟୁମେଣ୍ଟ ଗୁଡ଼ିକୁ ଯାଞ୍ଚ ପାଇଁ ହାଇଦ୍ରାବାଦ ଫୋରେନ୍‌ସିକ ଲାବକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos