ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲା: କମଳାକାନ୍ତଙ୍କୁ ଜେରା କଲା ସିବିଆଇ
ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲାରେ ଭୁବନେଶ୍ୱର ଜନପଥରେ ଥିବା ଏକ ହୋଟେଲ୍ର ମାଲିକ କମଳାକାନ୍ତ ଦାସ ଆଜି ସିବିଆଇ ନିକଟରେ ହାଜର ହୋଇଥିଲେ। ସିବିଆଇ ତାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ଜେରା କରିଥିଲା। ଏଟି ଓ ସିସୋର ଲିଙ୍କ୍ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।
ଜେରା ପରେ କମଳାକାନ୍ତ କହିଛନ୍ତି,“ ଏଟି ଓ ସିସୋର ଲିଙ୍କ୍ ନେଇ ମୋତେ ସିବିଆଇ ଡାକିଥିଲା। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସିବିଆଇ ମୋତେ ତଥ୍ୟ ମାଗିଥିଲେ, ମୁଁ ଦେଇଛି। ଶୁଭଙ୍କର ନାୟକ ଲିଙ୍କ୍ ନେଇ ମୋତେ ପଚରାଉଚରା କଲେ। ଏହାସହିତ ଶୁଭଙ୍କର ସହ ଥିବା କିଛି ଲୋକଙ୍କ ଫଟୋ ଦେଖାଇ ଚିହ୍ନଟ କରିବାକୁ କହିଥିଲେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।