ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଫରେଷ୍ଟ ରେଞ୍ଜ ଅର୍ନ୍ତଗତ କୋମଟାଲ ପେଟା ଫରେଷ୍ଟର କେ.ଜୟରାଜୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି।  ଚଢ଼ାଉ ବେଳେ ପ୍ରାୟ ୯ ଲକ୍ଷ ଟଙ୍କା ଓ ୭୦ ଗ୍ରାମ ସୁନା ଓ ୭୦ ଗ୍ରାମ ସୁନାଗହଣା, ବୋଲେରୋ ଗାଡ଼ି ଜବତ କରାଯାଇଛି । ସେହିପରି ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପ୍ଲଟ୍ ଓ ୩ଟି ଘର ଥିବା ଜଣାପଡ଼ିଛି। ଜୟପୁର, ରାୟଗଡ଼ା ଓ ନବରଙ୍ଗପୁରର ଭିଜିଲାନ୍ସ […]

rayagrah

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 08:04 AM IST

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଫରେଷ୍ଟ ରେଞ୍ଜ ଅର୍ନ୍ତଗତ କୋମଟାଲ ପେଟା ଫରେଷ୍ଟର କେ.ଜୟରାଜୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି।  ଚଢ଼ାଉ ବେଳେ ପ୍ରାୟ ୯ ଲକ୍ଷ ଟଙ୍କା ଓ ୭୦ ଗ୍ରାମ ସୁନା ଓ ୭୦ ଗ୍ରାମ ସୁନାଗହଣା, ବୋଲେରୋ ଗାଡ଼ି ଜବତ କରାଯାଇଛି । ସେହିପରି ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପ୍ଲଟ୍ ଓ ୩ଟି ଘର ଥିବା ଜଣାପଡ଼ିଛି। ଜୟପୁର, ରାୟଗଡ଼ା ଓ ନବରଙ୍ଗପୁରର ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ କେ.ଜୟରାଜୁଙ୍କ ମଙ୍ଗଳାମନ୍ଦିର ନିକଟସ୍ଥ ବାସଭବନ ସମେତ ୨ଟି ଭଡାଘରେ ଚଢ଼ାଉ  କରାଯାଇଛି। ଟିମରେ ପ୍ରାୟ ୧୫ ଜଣ ଅଫିସର ସାମିଲ ହୋଇଛନ୍ତି।

Related story