ମୋହନା: ଗଜପତି ଜିଲ୍ଲା ମୋହନା ବାଘମାରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମିନି ଦଳବେହେରାଙ୍କୁ ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଛି। ବ୍ରହ୍ମପୁର ଏମ୍କେସିଜିରେ ଶବ ବ୍ୟବଚ୍ଛେଦ ପରେ ବିଭାଗୀୟ ଡାକ୍ତର ଏହି ସୂଚନା ଦେଇଛନ୍ତି। ତେବେ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଥିବା ନେଇ କୌଣସି ଆଭାସ ମିଳି ନ ଥିବା ଡାକ୍ତର କହିଛନ୍ତି।
ଅନ୍ୟପକ୍ଷରେ ପୋଲିସ ହତ୍ୟା ଘଟଣାର ତଦଘନା ଚଳାଇଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଏହି ଘଟଣାରେ କିଛି ଲୋକଙ୍କୁ ପଚରାଉଚରା କରାଯାଇ ଥିବା ଆର. ଉଦୟଗିରି ଏସଡିପିଓ ସୂଚନା ନେଇଛନ୍ତି।
ମିନିଙ୍କୁ ଅପହରଣ ପରେ ପେଟ୍ରୋଲ୍ ଢାଳି ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଏଥିସହ ମିନିଙ୍କ ମୃତ୍ୟୁ ପାଇଁ ସେମାନେ ତାଙ୍କ ପ୍ରତିପକ୍ଷଙ୍କୁ ଦାୟୀ କରିଛନ୍ତି।
ସେହିପରି ଶେରଗଡ଼ରେ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୨୮ ଜଣଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।