ବାଲେଶ୍ୱର: କୃଷି ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବାଲେଶ୍ୱର ଜିଲ୍ଲା କୃଷି ବିଭାଗର ସହକାରୀ ଯନ୍ତ୍ରୀ ନିରୋଜ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ବାଲିଆ ସ୍ଥିତ ତାଙ୍କ ପୈତୃକ ଘର, ବାଲେଶ୍ୱର ସ୍ଥିତ ତାଙ୍କ ଶ୍ୱଶୁର ଘର ଓ ଅଫିସ୍ ସମେତ ମୋଟ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଅଧିକାରୀ କହିଛନ୍ତି, “ବେହେରାଙ୍କ ଘରୁ ୧ କୋଟି ୧୮ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ତାଙ୍କ ପାଖରୁ ୭ […]

vigilance raid

vigilance raid

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 10:13 PM IST

Sports

Latest News

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବାଲେଶ୍ୱର ଜିଲ୍ଲା କୃଷି ବିଭାଗର ସହକାରୀ ଯନ୍ତ୍ରୀ ନିରୋଜ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ବାଲିଆ ସ୍ଥିତ ତାଙ୍କ ପୈତୃକ ଘର, ବାଲେଶ୍ୱର ସ୍ଥିତ ତାଙ୍କ ଶ୍ୱଶୁର ଘର ଓ ଅଫିସ୍ ସମେତ ମୋଟ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ଅଧିକାରୀ କହିଛନ୍ତି, “ବେହେରାଙ୍କ ଘରୁ ୧ କୋଟି ୧୮ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ତାଙ୍କ ପାଖରୁ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨ଟି ଗାଫି ଜବତ କରାଯାଇଛି। ବିଭିନ୍ନ ବ୍ୟାଙ୍କରେ ୪୯ ଲକ୍ଷ ଟଙ୍କା ଜମା ରହିଛି। ତାଙ୍କ ନାଁରେ ବାଲେଶ୍ୱରରେ ୩ଟି ପ୍ଲଟ୍‌ ରହିଛି। ଏଥିରୁ ଗୋଟାଏରେ ଏକ ଦୁଇ ମହଲା କୋଠା ରହିଛି। ଭୁବନେଶ୍ୱରରେ ଫ୍ଲାଟ୍‌ ରହିଛି।”‘

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos