ବାଲେଶ୍ୱର: ବାଲେଶ୍ୱର ସହର ହରିପୁର ଗାଁର ନନ୍ଦିନୀ ଦାସଙ୍କୁ ଅପହରଣ ଓ ତଣ୍ଟି ଚିପି ହତ୍ୟା କରାଯିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦିନୀଙ୍କ ସ୍ୱାମୀ ନିରଞ୍ଜନ ପ୍ରଧାନ ଏବଂ ତାଙ୍କ ପ୍ରେମିକା ଜ୍ୟୋତ୍ସାରାଣୀ ଦାସ। ପୂର୍ବରୁ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗାଡିର ଚାଳକ, ନନ୍ଦିନୀଙ୍କ ଶ୍ୱଶୁର ପ୍ରଭାକର ଓ ଦିଅର ମନୋରଞ୍ଜନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
ସୂଚନାଯୋଗ୍ୟ, ପାରିବାରିକ ବିବାଦ ଯୋଗୁ ନନ୍ଦିନୀ ଅଲଗା ରହୁଥିଲେ। ଡିସେମ୍ବର ୨୧ ତାରିଖରେ ନିରଞ୍ଜନ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ଅପହରଣ କରିନେଇଥିଲେ। ପରେ ଗାଡ଼ିରେ ନନ୍ଦିନୀଙ୍କ ତଣ୍ଟିଚିପି ସେମାନେ ହତ୍ୟା କରିବା ପରେ ଖୋର୍ଦ୍ଧା ଜିଲ୍ଲା ଗଙ୍ଗପଡ଼ା ନିକଟରେ ଫିଙ୍ଗି ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।