ଅପହୃତ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଉଦ୍ଧାର, ଦୁଇ ଗିରଫ

ସମ୍ୱଲପୁର: ସମ୍ୱଲପୁର ଅଇଁଠାପାଲି ଅଞ୍ଚଳରୁ ଅପହରଣ କରିନିଆ ଯାଇଥିବା ବ୍ୟାଙ୍କ ଅଫିସର ମଥୁରା ମୋହନ ପ୍ରଧାନଙ୍କୁ ପୋଲିସ୍‌ ଦେବଗଡ ଡିଲ୍ଲା ବାରକୋଟ ଅଞ୍ଚଳରୁ ଉଦ୍ଧାର କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତେବେ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମଥୁରା ଅଇଁଠାପାଲିରେ ଏକୁଟିଆ ରହୁନ୍ତି। ଏହାର ସୁଯୋଗ ନେଇ ଗତ ୧ ତାରିଖରେ ଜମି […]

arrested

arrested

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 07:07 PM IST

Sports

Latest News

arrestedସମ୍ୱଲପୁର: ସମ୍ୱଲପୁର ଅଇଁଠାପାଲି ଅଞ୍ଚଳରୁ ଅପହରଣ କରିନିଆ ଯାଇଥିବା ବ୍ୟାଙ୍କ ଅଫିସର ମଥୁରା ମୋହନ ପ୍ରଧାନଙ୍କୁ ପୋଲିସ୍‌ ଦେବଗଡ ଡିଲ୍ଲା ବାରକୋଟ ଅଞ୍ଚଳରୁ ଉଦ୍ଧାର କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତେବେ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ମଥୁରା ଅଇଁଠାପାଲିରେ ଏକୁଟିଆ ରହୁନ୍ତି। ଏହାର ସୁଯୋଗ ନେଇ ଗତ ୧ ତାରିଖରେ ଜମି ଦଲାଲ ଜମି କିଣା ବାବଦକୁ ଚେକ୍‌ ନେବା ପାଇଁ ମଥୁରାଙ୍କୁ ଡାକିଥିଲେ। ମଥୁରା ପହଞ୍ଚିବା ପରେ ଜମି ଦଲାଲ ତାଙ୍କୁ କାରରେ ବସାଇ ଜମି ଦେଖିବାକୁ କହି ନେଇଯାଇଥିଲେ। କାରରେ କିଛି ବାଟ ଗଲା ପରେ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ।

ଅନ୍ୟପକ୍ଷରେ ମଥୁରାଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକେ ଗତ ୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।  ଗତ ୪ ତାରିଖରେ ଅପହରଣକାରୀମାନେ ୧ କୋଟି ଟଙ୍କା ଦେବା ପାଇଁ ଫୋନରେ ମଥୁରାଙ୍କ ସମ୍ପର୍କୀୟଙ୍କୁ ଧମକ ଦେଇଥିଲେ। ଏହି ଅପହରଣରେ ସମ୍ୱଲପୁର ରେଙ୍ଗାଲି ଅଞ୍ଚଳର ଜମି ଦଲାଲ ଅଶୋକ ପଣ୍ଡା ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ୍‌ ଫୋନ୍‌ ଟ୍ରାକ୍‌ କରି ଅପହରଣକାରୀଙ୍କୁ ଧରିଥିଲା।

ପୂର୍ବରୁ ଜମି କିଣାକୁ ନେଇ ଅଶୋକ ଓ ମଥୁରା ପ୍ରଧାନଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା। ଜମି କିଣିବା ଏକ ବାହାନା ଥିଲା, ପ୍ରକୃତରେ ଅଶୋକ ଅପହରଣ ପାଇଁ ଯୋଜନା କରୁଥିଲା। ଏଥିପାଇଁ ଜଣେ ବିହାରୀ ଗୁଣ୍ଡାକୁ ମାସେ ହେଲା ନିଜ ଘରେ ରଖିଥିଲା।

ଅଇଁଠାପାଲି ଥାନା ଅଧିକାରୀ ଶ୍ରୀମନ୍ତ ବାରିକ କହିଛନ୍ତି,“ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆମେ ପ୍ରଥମେ ନିଖୋଜ୍‌ ମାମଲା ରୁଜୁ କରିଥିଲୁ। ତା’ପରେ ମଥୁରାଙ୍କ ଭାଇଙ୍କ ପାଖକୁ ଫୋନ୍‌ ଆସିଥିଲା। ଯେଉଁଥିରେ ଅପହରଣକାରୀମାନ କୋଟିଏ ଟଙ୍କା ମାଗିଥିଲେ। ଏହାକୁ ଭିତ୍ତିକରି ପୋଲିସ୍‌ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story