ବରଗଡ଼: ଗତକାଲି ରାତି ପ୍ରାୟ ୧୧ଟା ବେଳେ ବରଗଡ଼ ଉପକଣ୍ଠସ୍ଥ ହଳଦିପାଲି ଛକରେ ଦୁଇ ଜଣ ଦୃର୍ବୃତ୍ତ ଦୁଇ ଜଣ ବିହାରୀ ଯୁବକଙ୍କ ଉପରକୁ ଗୁଳି କରି ବାଇକ୍, ମୋବାଇଲ୍ ଫୋନ୍ ଓ ୧୮,୦୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ତାଙ୍କ ନାଁ ବିଜୟ କୁମାର ସିଂ। ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଲୁଟ୍ର ଶିକାର ହୋଇଥିବା ଯୁବକ ଦ୍ୱୟ ବିହାରର ଛାପ୍ରା ଅଞ୍ଚଳର। ସେମାନେ ପୁରୀ ଯାଉଥିଲେ। ମଙ୍ଗଳବାର ସେମାନେ ବଲାଙ୍ଗିରରେ ରାତ୍ରୀଯାପନ କରିବା ପରେ ଗତକାଲି ପୁଣି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ହଳଦିପାଲି ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଧମକଚମକ ଦେବା ସହ ପାଖରେ ଥିବା ସମସ୍ତ ଜିନିଷ ଦେଇ ଦେବାକୁ କହିଥିଲେ। ପରେ ଗୁଳି ଫୁଟାଇ ବାଇକ୍, ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟି ନେଇଥିଲେ।
ପୋଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।