ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଣିଅଣା ଥାନା ଅନ୍ତର୍ଗତ କୁଚେଇ ଛକ ସ୍ଥିତ ଦକ୍ଷିଣକାଳି ମନ୍ଦିର ସାମ୍ନାରେ ଥିବା ଏକ କାର୍ରୁ ପ୍ରାୟ ୨୨ଟି ଗଞ୍ଜେଇ ପ୍ୟାକେଟ୍ ପୋଲିସ୍ ଜବତ କରିଛି। ଗୋଟିଏ ଗୋଟିଏ ପ୍ୟାକେଟ୍ରେ ଦୁଇରୁ ତିନି କେଜି ଗଞ୍ଜେଇ ଥିବା ବେଳେ ଏସବୁ ଓଜନ କଲେ ୫୦ କେଜିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେବେ କାର୍ଟିକୁ କେହି ମନ୍ଦିର ସାମ୍ନାରେ ଛାଡ଼ି ଚାଲି ଯାଇଥିବା ପୋଲିସ୍ କହିଛି। ଏହାସହିତ ଗାଡ଼ି ନମ୍ୱର ଡୁପ୍ଲିକେଟ୍ ଥିବା ଜଣାପଡ଼ିଛି। ପୋଲିସ୍ ନିଜ ଆଡୁ ନିଶା ନିରୋଧ ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ପୋଲିସ୍ ପେଟ୍ରୋଲିଂ କରିବା ସମୟରେ ଗାଡ଼ିଟିକୁ ଜବତ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।