୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୫ ଗିରଫ

ଭୁବନେଶ୍ୱର: ଅବକାରୀ କେନ୍ଦ୍ରାଞ୍ଚଳର ଗୋଇନ୍ଦା ବିଭାଗ ଆଜି ଭୁବନେଶ୍ୱର ହଳଦିପଡ଼ିଆ ବସ୍ତିରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି। କୋଲକାତା ଓ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଟ୍ରେନ୍‌ରେ ଭୁବନେଶ୍ୱର ଆସେ। ୫୦ ଟଙ୍କାର ବ୍ରାଉନ୍‌ସୁଗର ପୁଡ଼ିଆକୁ ୧୨୦ ଟଙ୍କାରେ ଓ ୧୫୦ ଟଙ୍କାର ଗୋଡି ବ୍ରାଉନ୍‌ସୁଗର ପୋଡିଆକୁ ୩୫୦ ଟଙ୍କାରେ ବିକ୍ରି ହୁଏ। ଏହି କାରବାରରେ କମ୍‌ ବୟସର ପିଲା ଓ ଯୁବକମାନେ ସାମିଲ ଅଛନ୍ତି। ଏପରିକି ଝିଅ ଓ […]

crime

crime

Rakesh Mallick
  • Published: Friday, 18 November 2016
  • Updated: 18 November 2016, 09:04 PM IST

Sports

Latest News

ଭୁବନେଶ୍ୱର: ଅବକାରୀ କେନ୍ଦ୍ରାଞ୍ଚଳର ଗୋଇନ୍ଦା ବିଭାଗ ଆଜି ଭୁବନେଶ୍ୱର ହଳଦିପଡ଼ିଆ ବସ୍ତିରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି।

କୋଲକାତା ଓ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଟ୍ରେନ୍‌ରେ ଭୁବନେଶ୍ୱର ଆସେ। ୫୦ ଟଙ୍କାର ବ୍ରାଉନ୍‌ସୁଗର ପୁଡ଼ିଆକୁ ୧୨୦ ଟଙ୍କାରେ ଓ ୧୫୦ ଟଙ୍କାର ଗୋଡି ବ୍ରାଉନ୍‌ସୁଗର ପୋଡିଆକୁ ୩୫୦ ଟଙ୍କାରେ ବିକ୍ରି ହୁଏ। ଏହି କାରବାରରେ କମ୍‌ ବୟସର ପିଲା ଓ ଯୁବକମାନେ ସାମିଲ ଅଛନ୍ତି। ଏପରିକି ଝିଅ ଓ ମହିଳାମାନେ ମଧ୍ୟ ବ୍ରାଉନ୍‌ସୁଗର କାରବାର କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ବ୍ରାଉନ୍‌ସୁଗର ବ୍ୟବସାୟୀ ପପୁ ନାୟକ କହିଛନ୍ତି,“ଏଥିରେ ଅଧିକ ଲାଭ ମିଳୁଥିବାରୁ ହଳଦିପଡ଼ିଆ ବସ୍ତିରେ ଘରେ ଘରେ ଏହି କାରବାର ଚାଲିଛି। ଝିଅଙ୍କଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି।”

ଅବକାରୀ କେନ୍ଦ୍ରାଞ୍ଚଳ ଅଧିକାରୀ ଅମରେନ୍ଦ୍ର ଜେନା କହିଛନ୍ତି,“ବ୍ରାଉନ୍‌ସୁଗର କାରବାର ସମ୍ପର୍କରେ ଖବର ପାଇ ବସ୍ତିରେ ଚଢ଼ାଉ କରି ୮୦ରୁ ୯୦ ଗ୍ରାମ ଓଜନର ବ୍ରାଉନ୍‌ସୁଗର ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛୁ। ଗିରଫ ଯୁବକମାନଙ୍କ ବୟସ ୨୦ରୁ ୨୫ ବର୍ଷ ହେବ। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos