ସଫା କରିବା ବାହାନାରେ ଗହଣା ଲୁଟ୍‌

ଭୁବନେଶ୍ୱର: ଧଉଳୀ ଥାନା ଲିଙ୍ଗିପୁର ଅଞ୍ଚଳରୁ ସଫା କରିବା ବାହାନାରେ ଆଜି ତିନି ଭରି ସୁନା ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟେରାମାନା ନିଜକୁ କମ୍ପାନୀ କର୍ମଚାରୀ ବୋଲି କହି ଦମ୍ପତିଙ୍କୁ ବାସନକୁସନ ସଫା କରିବାକୁ କହିଥିଲେ।  ସେମାନଙ୍କ କଥାକୁ ବିଶ୍ୱାସ କରି ଦମ୍ପତି ପ୍ରଥମେ ପାଉଁଜି ଓ ଏକ ଝାଲ ସଫା କରିବାକୁ ଦେଇଥିଲେ। ଲୁଟେରାମାନେ ଗହଣାକୁ ହଳଦୀ ପାଣିରେ […]

loot

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 08:08 PM IST

ଭୁବନେଶ୍ୱର: ଧଉଳୀ ଥାନା ଲିଙ୍ଗିପୁର ଅଞ୍ଚଳରୁ ସଫା କରିବା ବାହାନାରେ ଆଜି ତିନି ଭରି ସୁନା ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲୁଟେରାମାନା ନିଜକୁ କମ୍ପାନୀ କର୍ମଚାରୀ ବୋଲି କହି ଦମ୍ପତିଙ୍କୁ ବାସନକୁସନ ସଫା କରିବାକୁ କହିଥିଲେ।  ସେମାନଙ୍କ କଥାକୁ ବିଶ୍ୱାସ କରି ଦମ୍ପତି ପ୍ରଥମେ ପାଉଁଜି ଓ ଏକ ଝାଲ ସଫା କରିବାକୁ ଦେଇଥିଲେ। ଲୁଟେରାମାନେ ଗହଣାକୁ ହଳଦୀ ପାଣିରେ ପକାଇ ଗରମ ପାଣି ଆଣିବାକୁ ଦମ୍ପତିଙ୍କୁ କହିଥିଲେ। ସେମାନେ ଗଲା ପରେ ଲୁଟେରାମାନେ ଗହଣା ଧରି ଚମ୍ପଟ ମାରିଥିଲେ।

ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ଅଭିଯୋଗ ହେଉଛି।

Related story