ବ୍ରହ୍ମପୁର: ବାଇକ୍ ରାକେଟ୍ ଠାବ, ଜଣେ ଗିରଫ, ୮ ବାଇକ୍ ଜବତ

ବ୍ରହ୍ମପୁର: ଏକ ବାଇକ୍  ଚୋରି ରାକେଟ୍‌ର ପର୍ଦ୍ଦାଫାଶ୍ କରିଛି ଗୋପାଳପୁର ଥାନା ପୋଲିସ। ଏହି ଗଘଣାରେ ଜଣଙ୍କୁ ଗିରଫ କରାଯିବା ସହ ୮ଟି ବାଇକ୍ ଓ ବହୁ ଯନ୍ତ୍ରପାତି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁଦର୍ଶନ ରେଡ୍ଡି। ଲକ୍ଷ୍ମୀପୁର ଟାଟା କଲୋନୀର ସୁଦର୍ଶନଙ୍କ ପୁକୁଡ଼ିବନ୍ଧ ଛକରେ ଏକ  ଗ୍ୟାରଜ୍‌ ରହିଛି। ଏହି ଗ୍ୟାରେଜରେ ସେ ଚୋରା ବାଇକ୍ ବିକ୍ରି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସ୍ ଟିମ୍ ଗ୍ୟାରେଜ୍ ଉପରକୁ […]

Berhampur

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 09:45 AM IST

ବ୍ରହ୍ମପୁର: ଏକ ବାଇକ୍  ଚୋରି ରାକେଟ୍‌ର ପର୍ଦ୍ଦାଫାଶ୍ କରିଛି ଗୋପାଳପୁର ଥାନା ପୋଲିସ। ଏହି ଗଘଣାରେ ଜଣଙ୍କୁ ଗିରଫ କରାଯିବା ସହ ୮ଟି ବାଇକ୍ ଓ ବହୁ ଯନ୍ତ୍ରପାତି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁଦର୍ଶନ ରେଡ୍ଡି।

ଲକ୍ଷ୍ମୀପୁର ଟାଟା କଲୋନୀର ସୁଦର୍ଶନଙ୍କ ପୁକୁଡ଼ିବନ୍ଧ ଛକରେ ଏକ  ଗ୍ୟାରଜ୍‌ ରହିଛି। ଏହି ଗ୍ୟାରେଜରେ ସେ ଚୋରା ବାଇକ୍ ବିକ୍ରି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସ୍ ଟିମ୍ ଗ୍ୟାରେଜ୍ ଉପରକୁ ଚଢ଼ାଉ କରିଥିଲା।

ସୁଦର୍ଶନ ନିଜର ସହଯୋଗୀଙ୍କ ସହାୟତାରେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରାଇ ଗ୍ୟାରେଜକୁ ଆଣୁଥିଲା। ଏଠାରେ ବାଇକ୍ ଗୁଡ଼ିକର ଯନ୍ତ୍ରପାତି ଅଦଳ ବଦଳ କରାଯାଇ ଏହାକୁ ବିକ୍ରି କରାଯାଉଥିଲା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯବି ବୋଲି ସଦର ଏସଡ଼ିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି।

Related story