ବ୍ରହ୍ମପୁର: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଗାଁର ନିଖୋଜ ଯୁବକ ସୁନୀଲ ରେଡ୍ଡୀଙ୍କ ମୃତଦେହକୁ ରବିବାର ପୋଲିସ୍ ଉଦ୍ଧାର କରିଛି। ଆଜି ଅପରାହ୍ନରେ ହୁମ୍ମା ନିକଟ ଜାତୀୟ ରାଜପଥର ଏକ ନାଳ ନିକଟରୁ ପୋଲିସ ସୁନୀଲର ମୃତଦେହ ଉଦ୍ଧାର କରିଛି। ତେବେ ସୁନୀଲଙ୍କ ଗାଡ଼ି ମିଳି ନ ଥିବା ବେଳେ ତାଙ୍କୁ କେହି ହତ୍ୟା କରି ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ସୁନୀଲ୍ ପିକଅପ୍ ଭ୍ୟାନ୍ ଧରି […]

murder

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 03:36 PM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଗାଁର ନିଖୋଜ ଯୁବକ ସୁନୀଲ ରେଡ୍ଡୀଙ୍କ ମୃତଦେହକୁ ରବିବାର ପୋଲିସ୍ ଉଦ୍ଧାର କରିଛି। ଆଜି ଅପରାହ୍ନରେ ହୁମ୍ମା ନିକଟ ଜାତୀୟ ରାଜପଥର ଏକ ନାଳ ନିକଟରୁ ପୋଲିସ ସୁନୀଲର ମୃତଦେହ ଉଦ୍ଧାର କରିଛି। ତେବେ ସୁନୀଲଙ୍କ ଗାଡ଼ି ମିଳି ନ ଥିବା ବେଳେ ତାଙ୍କୁ କେହି ହତ୍ୟା କରି ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ସୁନୀଲ୍ ପିକଅପ୍ ଭ୍ୟାନ୍ ଧରି ଭଡ଼ାରେ ଯାଇଥିଲେ। ପରେ ତାଙ୍କର ଘର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା। ଫଳରେ ତାଙ୍କ ପରିବାର ଲୋକେ ଥାନାରେ ଏ ନେଇ ଅଭିଯୋଗ କରିଥିଲେ।

ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story