ବ୍ରହ୍ମପୁର: ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଛତ୍ରପୁର ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଜୟଦେବ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟଦେବଙ୍କ ଭୁବନେଶ୍ୱର ଘାଟିକିଆ ଘର ସହ ବ୍ରହ୍ମପୁରର ୪ଟି ଜାଗାରେ ଭିଜିଲାନ୍ସର ତିନୋଟି ଟିମ୍ ଏକକାଳୀନ ଚଢ଼ାଉ କରିଥିଲେ। ଏହାସହିତ ଛତ୍ରପୁରରେ ଥିବା ତାଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢ଼ାଉ କରିଥିଲେ। ସେଲ୍‌ ଡିଏସ୍‌ପି ପିକେ ଦ୍ୱିବେଦୀ ଓ ଇନ୍ସପେକ୍ଟର କେ.ବେଣୁ ଗୋପାଳ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ତାଙ୍କର […]

vigilance

vigilance

Rakesh Mallick
  • Published: Friday, 17 June 2016
  • Updated: 17 June 2016, 03:52 PM IST

Sports

Latest News

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଛତ୍ରପୁର ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଜୟଦେବ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟଦେବଙ୍କ ଭୁବନେଶ୍ୱର ଘାଟିକିଆ ଘର ସହ ବ୍ରହ୍ମପୁରର ୪ଟି ଜାଗାରେ ଭିଜିଲାନ୍ସର ତିନୋଟି ଟିମ୍ ଏକକାଳୀନ ଚଢ଼ାଉ କରିଥିଲେ। ଏହାସହିତ ଛତ୍ରପୁରରେ ଥିବା ତାଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢ଼ାଉ କରିଥିଲେ। ସେଲ୍‌ ଡିଏସ୍‌ପି ପିକେ ଦ୍ୱିବେଦୀ ଓ ଇନ୍ସପେକ୍ଟର କେ.ବେଣୁ ଗୋପାଳ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ତାଙ୍କର ଭୁବନେଶ୍ୱର ବାସଭବନର ମୂଲ୍ୟ ୩୩ ଲକ୍ଷ ଟଙ୍କା ଓ ବ୍ରହ୍ମପୁର ଘରର ମୂଲ୍ୟ ୨୨ ଲକ୍ଷ ଟଙ୍କା ହୋଇଥିବା ଆକଳନ କରାଯାଇଛି । ଜୟଦେବଙ୍କର ୫ଟି ପ୍ଲଟ୍ ମଧ୍ୟ ଠାବ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos