ଭୁବନେଶ୍ୱର: ଲୁଟ୍ ଯୋଜନା ପଣ୍ଡ, ୩ ଗିରଫ୍, ଗୋଟିଏ ରିଭରଭଲ ଓ ୫ଟି ଗୁଳି ଜବତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଶନିବାର ଏକ ଲୁଟ୍ ଯୋଜନାକୁ ପଣ୍ଡ କରିଛି କମିଶନରେଟ୍ ପୋଲିସ। ତା’ସହିତ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। ସେମାନେ ଆଜି ଅପରାହ୍ନରେ ମଞ୍ଚେଶ୍ୱର ଅଞ୍ଚଳରେ ଲୁଟ୍ ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ଖବର ପାଇଁ କମିଶନରେଟ୍ ପୋଲିସର କୁଇକ୍ ରିଆକ୍ସନ ଟିମ୍ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଚୋରା ରିଭଲଭର, […]

two-arrested

two-arrested

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 01:22 PM IST

Sports

Latest News

two-arrested and gun-seaizedଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଶନିବାର ଏକ ଲୁଟ୍ ଯୋଜନାକୁ ପଣ୍ଡ କରିଛି କମିଶନରେଟ୍ ପୋଲିସ। ତା’ସହିତ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। ସେମାନେ ଆଜି ଅପରାହ୍ନରେ ମଞ୍ଚେଶ୍ୱର ଅଞ୍ଚଳରେ ଲୁଟ୍ ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ଖବର ପାଇଁ କମିଶନରେଟ୍ ପୋଲିସର କୁଇକ୍ ରିଆକ୍ସନ ଟିମ୍ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଚୋରା ରିଭଲଭର, ୫ ରାଉଣ୍ଡ ଗୁଳି ସହ ୨ଟି ଚୋରା ବାଇକକୁ ଜବତ କରାଯାଇଛି। ରିଭଲଭରଟିକୁ ପୋଲିସ ଗିରଫ ଇଞ୍ଜିନିୟରିଂ ଛାତ୍ରଙ୍କ ଠାରୁ ଜବତ କରିଛି। ଅନ୍ୟ ୨ ଦୁର୍ବୃତ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି। ଏମାନେ ହେଲେ ବମିଖାଲ୍ ଅଞ୍ଚଳରେ ଅଟୋ ଚଳାଉଥିବା ସୁଜିତ ଜେନା ଓ ଅନ୍ୟ ଜଣକ ହେଲେ ବାଲିଅନ୍ତାର ମାନସ ସାହୁ। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos