ଭଦ୍ରକରେ ୬ ବର୍ଷର ଶିଶୁକୁ ଅପହରଣ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତ ନାବାଳକଙ୍କୁ ପଠାଗଲା ବାଳସୁଧାର ଗୃହ

ଭଦ୍ରକ: ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକୁ ଅପହରଣ ଓ ହତ୍ୟା ଘଟଣାରେ ତିନି ନାବାଳକ ଅଭିଯୁକ୍ତଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ସେଖ୍ କାଦର୍ ଓ ତାର ଦୁଇ ସହଯୋଗୀଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ତେବେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାପରେ ସେମାନଙ୍କୁ ଅନୁଗୋଳ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ପୋଲିସ୍ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗ କରି ଗତକାଲି ସନ୍ଧ୍ୟାରେ ଶତାଧିକ ଲୋକ ବଡବଜାର ଥାନା […]

giraf

giraf

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 07:17 AM IST

Sports

Latest News

ଭଦ୍ରକ: ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକୁ ଅପହରଣ ଓ ହତ୍ୟା ଘଟଣାରେ ତିନି ନାବାଳକ ଅଭିଯୁକ୍ତଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ସେଖ୍ କାଦର୍ ଓ ତାର ଦୁଇ ସହଯୋଗୀଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ତେବେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାପରେ ସେମାନଙ୍କୁ ଅନୁଗୋଳ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।

ପୋଲିସ୍ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗ କରି ଗତକାଲି ସନ୍ଧ୍ୟାରେ ଶତାଧିକ ଲୋକ ବଡବଜାର ଥାନା ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଥାନା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଶିଶୁ ହତ୍ୟା ମାମଲାରେ ପୋଲିସ ଅଟକ ରଖିଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡିଦେବାକୁ ନେଇ ତୀବ୍ର ପ୍ରତିବାଦ କରିଛନ୍ତି ଲୋକେ। ତା’ସହ ମୁଖ୍ୟ ଅଭିଯୁକ୍ତ କାଦିର ଘରୁ ମୃତଦେହ ଉଦ୍ଧାର ହୋଇଥିଲେ ମଧ୍ୟ ତା’ ବାପା ମାଆଙ୍କୁ ତଦନ୍ତ ପରିସରକୁ ନିଆଯାଇ ନ ଥିବାରୁ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗତକାଲି ରାତିରେ ଅଭିଯୁକ୍ତଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos