ଜଣେ ଯୁବତୀଙ୍କ ସମେତ ୩ ସନ୍ଦିଗ୍ଧ ଅଟକ, ୨ଟି ଦେଶୀ ପିସ୍ତଲ ଜବତ

ବାଲେଶ୍ୱର: ଭଦ୍ରକ ଜିଲ୍ଲା ଆଖଣ୍ଡଳମଣୀ ମନ୍ଦିର ନିକଟରେ ଥିବା ଜଣେ ସେବାୟତଙ୍କ ଭଡ଼ା ଘରେ ଉପରେ ଆଜି ଚଢ଼ାଉ କରି ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଚାନ୍ଦବାଲି ପୋଲିସ୍। ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ପିସ୍ତଲ ଜବତ କରାଯାଇଛି। ଅଟକ ରଖାଯାଇଥିବା ଯୁବତୀ ଓ ଯୁବକମାନେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଆଳି ଅଞ୍ଚଳର ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ସେମାନେ ବାରମ୍ବାର ଠିକଣା ବସଳାଉଥିବାରୁ […]

chandbali

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 05:21 PM IST

ବାଲେଶ୍ୱର: ଭଦ୍ରକ ଜିଲ୍ଲା ଆଖଣ୍ଡଳମଣୀ ମନ୍ଦିର ନିକଟରେ ଥିବା ଜଣେ ସେବାୟତଙ୍କ ଭଡ଼ା ଘରେ ଉପରେ ଆଜି ଚଢ଼ାଉ କରି ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଚାନ୍ଦବାଲି ପୋଲିସ୍। ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ପିସ୍ତଲ ଜବତ କରାଯାଇଛି। ଅଟକ ରଖାଯାଇଥିବା ଯୁବତୀ ଓ ଯୁବକମାନେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଆଳି ଅଞ୍ଚଳର ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ସେମାନେ ବାରମ୍ବାର ଠିକଣା ବସଳାଉଥିବାରୁ ସେମାନଙ୍କର ସଠିକ୍ ପରିଚୟ ଜଣାପଡ଼ିନି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related story