ଭଦ୍ରକ: ଏଟିଏମ୍‌ରେ ଜମା ହେବାକୁ ଯାଉଥିବା ୨୩ ଲକ୍ଷ ଟଙ୍କା ଲୁଟ୍  

ଭଦ୍ରକ: ଭଦ୍ରକ ବାଇପାସ୍ ନିକଟରେ ଏକ ଏଟିଏମ୍‌ରେ ଟଙ୍କା ଜମା କରିବା ପାଇଁ ଯାଇଥିବା ଗାଡ଼ିରୁ ୨୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୋଲିସ୍ ଭଦ୍ରକର ବିଭିନ୍ନ ରାସ୍ତାକୁ ସିଲ୍ କରି ଚଢ଼ଉ ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ଲୁଟ୍ ବେଳେ ଗାଡ଼ିରେ ମୋଟ ୫ ଜଣ ବ୍ୟକ୍ତି ଥିଲେ। ସଂପୃକ୍ତ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ସହିତ ୩ ଜଣ ସିକ୍ୟୁରିଟି ଗାର୍ଡ ଓ ଗାଡ଼ିର ଡ୍ରାଇଭର ଥିଲେ। […]

bhadrak-loot

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 03:55 PM IST

ଭଦ୍ରକ: ଭଦ୍ରକ ବାଇପାସ୍ ନିକଟରେ ଏକ ଏଟିଏମ୍‌ରେ ଟଙ୍କା ଜମା କରିବା ପାଇଁ ଯାଇଥିବା ଗାଡ଼ିରୁ ୨୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୋଲିସ୍ ଭଦ୍ରକର ବିଭିନ୍ନ ରାସ୍ତାକୁ ସିଲ୍ କରି ଚଢ଼ଉ ଜାରି ରଖିଛି।

ଅଭିଯୋଗ ଅନୁଯାୟୀ, ଲୁଟ୍ ବେଳେ ଗାଡ଼ିରେ ମୋଟ ୫ ଜଣ ବ୍ୟକ୍ତି ଥିଲେ। ସଂପୃକ୍ତ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ସହିତ ୩ ଜଣ ସିକ୍ୟୁରିଟି ଗାର୍ଡ ଓ ଗାଡ଼ିର ଡ୍ରାଇଭର ଥିଲେ। ତଳେ ଦୁଇଟି ୨୦ ଟଙ୍କିଆ ନୋଟ୍ ପଡ଼ିଥିବା ନେଇ ଦୁର୍ବୃତ୍ତମାନେ ସେମାନଙ୍କୁ କହିଥିଲେ। ସେମାନେ ସେହି ନୋଟ୍‌କୁ ଉଠାଇବାକୁ ଗଲା ବେଳେ ଦୁର୍ବୃତ୍ତମାନେ ୨୩ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ଟିକୁ ଧରି ବାଇକ୍‌ରେ ଚମ୍ପଟ୍ ମାରିଥିଲେ।

Related story