୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଚକୋଲେଟ୍‌ ଦେବାକୁ ଡାକି ନେଇ ନାବାଳିକାଙ୍କ ସହ ଅଭିଯୁକ୍ତ ଭିକୁ ଓରଫ ହରେକୃଷ୍ଣ ମୁଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଭିକୁକୁ ପୋଲିସ୍ ଗିରଫ କରିବା ପାଇଁ ତନାଘନା ଚଳାଇଛି।