କୋର୍ଟ ଚାଲାଣ ବେଳେ ଫେରାର ସମିତି ସଭ୍ୟ ପ୍ରାର୍ଥୀ ଗିରଫ

ଭଦ୍ରକ: କୋର୍ଟ ଚାଲାଣ ବେଳେ ଫେରାର ହୋଇଯାଇଥିବା ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାତପଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ବିକାଶ ସେନାପତିଙ୍କୁ ପୋଲିସ୍ ବାସୁଦେବପୁର ଅଞ୍ଚଳରୁ ଗିରଫ କରିଛି। ପରିବାର ଲୋକଙ୍କୁ ମାର୍‌ପିଟ୍ କରିବା ଅଭିଯୋଗରେ ତିହିଡ଼ି ପୋଲିସ୍ ଗତକାଲି ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଭଦ୍ରକ କୋର୍ଟରେ ହାଜର କରିବା ପାଇଁ ନିଆଯାଇଥିବା ବେଳେ ସେ ପରିସ୍ରା ଯିବା ବାହାନାରେ ସେଠାରୁ ଚମ୍ପଟ୍ ମାରିଥିଲେ। ବିକାଶ ପରିବାର ଲୋକଙ୍କୁ ମାର୍‌ପିଟ୍‌ କରିଥିବା ନେଇ ତାଙ୍କ […]

bikash

bikash

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 08:59 AM IST

Sports

Latest News

ଭଦ୍ରକ: କୋର୍ଟ ଚାଲାଣ ବେଳେ ଫେରାର ହୋଇଯାଇଥିବା ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାତପଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ବିକାଶ ସେନାପତିଙ୍କୁ ପୋଲିସ୍ ବାସୁଦେବପୁର ଅଞ୍ଚଳରୁ ଗିରଫ କରିଛି। ପରିବାର ଲୋକଙ୍କୁ ମାର୍‌ପିଟ୍ କରିବା ଅଭିଯୋଗରେ ତିହିଡ଼ି ପୋଲିସ୍ ଗତକାଲି ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଭଦ୍ରକ କୋର୍ଟରେ ହାଜର କରିବା ପାଇଁ ନିଆଯାଇଥିବା ବେଳେ ସେ ପରିସ୍ରା ଯିବା ବାହାନାରେ ସେଠାରୁ ଚମ୍ପଟ୍ ମାରିଥିଲେ।

ବିକାଶ ପରିବାର ଲୋକଙ୍କୁ ମାର୍‌ପିଟ୍‌ କରିଥିବା ନେଇ ତାଙ୍କ ବାପା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos