ଭଦ୍ରକ: ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବରଣ୍ଡୁଆ ପଞ୍ଚାୟତର ବିଷ୍ଣୁବିନ୍ଧା ଗାଁରେ ସ୍ୱାମୀର କଟୁରୀ ଚୋଟରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଅନୀତା ବେହେରା। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ବାସୁଦେବପୁର ପୋଲିସ୍ ମୃତ ମହିଳାଙ୍କ ସ୍ୱାମୀ ମଧୁସୂଦନ ବେହେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ କଟୁରୀ ଜବତ କରାଯାଇଛି। ଗିରଫ ମଧୁସୂଦନ ବାହାରେ ରହନ୍ତି। ଏଇ ୭-୮ ମାସ ହେଲା ସେ ଗାଁରେ ରହୁଥିଲେ। ସେ […]

bhadrak-murder

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 10:35 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବରଣ୍ଡୁଆ ପଞ୍ଚାୟତର ବିଷ୍ଣୁବିନ୍ଧା ଗାଁରେ ସ୍ୱାମୀର କଟୁରୀ ଚୋଟରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଅନୀତା ବେହେରା। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ବାସୁଦେବପୁର ପୋଲିସ୍ ମୃତ ମହିଳାଙ୍କ ସ୍ୱାମୀ ମଧୁସୂଦନ ବେହେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ କଟୁରୀ ଜବତ କରାଯାଇଛି।

ଗିରଫ ମଧୁସୂଦନ ବାହାରେ ରହନ୍ତି। ଏଇ ୭-୮ ମାସ ହେଲା ସେ ଗାଁରେ ରହୁଥିଲେ। ସେ ସଦାବେଳେ ଅନୀତାଙ୍କୁ ବାଡ଼ିଆପିଟା କରୁଥିଲେ ବୋଲି ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

ଅନୀତା ଓ ମଧୁସୂଦନଙ୍କର ତିନିଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି।

Related story