ଭଂଜନଗର: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ଥାନା ସାଳୁଆପଲ୍ଲି ଗାଁରେ ସ୍ୱାମୀର ଭୂଜାଲି ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ସ୍ୱାମୀ ଗନ୍ଧିଆ ନାଇକଙ୍କୁ ପୋଲିସ ଗରିଫ କରିଛି। ସୂଚନାଯୋଗ୍ୟ ପାରିବାରିକ କଳହକୁ ନେଇ ଏହି ଦମ୍ପତ୍ତିଙ୍କ ମଧ୍ୟରେ ଶନିବାର ଭୋରରେ ଝଗଡା ହୋଇଥିଲା। ପରେ ଉତ୍ତ୍ୟକ୍ତ ଗନ୍ଧିଆ ନାଇକ ତାଙ୍କ ସ୍ତ୍ରୀ ସୁନିତା ନାଇକଙ୍କ ପେଟକୁ ଏକ ଏକ ଭୂଜାଲିରେ ଭୁଶି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ […]

bhanjanagar-murder-case

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 02:48 PM IST

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ଥାନା ସାଳୁଆପଲ୍ଲି ଗାଁରେ ସ୍ୱାମୀର ଭୂଜାଲି ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ସ୍ୱାମୀ ଗନ୍ଧିଆ ନାଇକଙ୍କୁ ପୋଲିସ ଗରିଫ କରିଛି। ସୂଚନାଯୋଗ୍ୟ ପାରିବାରିକ କଳହକୁ ନେଇ ଏହି ଦମ୍ପତ୍ତିଙ୍କ ମଧ୍ୟରେ ଶନିବାର ଭୋରରେ ଝଗଡା ହୋଇଥିଲା। ପରେ ଉତ୍ତ୍ୟକ୍ତ ଗନ୍ଧିଆ ନାଇକ ତାଙ୍କ ସ୍ତ୍ରୀ ସୁନିତା ନାଇକଙ୍କ ପେଟକୁ ଏକ ଏକ ଭୂଜାଲିରେ ଭୁଶି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଯୌତୁକ ପାଇଁ ସୁନିତାକୁ ଶଶୁର ଘର ଲୋକ ମିଶିକି ମାରିଦେଇଛନ୍ତି ବୋଲି ଅଭିଯୋଗ ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କର ତିନିଟି ଛୋଟ ଛୋଟ ପିଲା ଅଛନ୍ତି।

Related story