ଭଦ୍ରକ: ଦତ୍ତାତ୍ରୟ ମଠକୁ ପୋଡିଦେଲେ ଲୋକେ

ଭଦ୍ରକ: ବାସୁଦେବପୁର ମାଟିପକା ଗ୍ରାମରେ ଥିବା ଦତ୍ତାତ୍ରୟ ମଠରେ ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇ ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ଥିବା ମଠ ଗୁଡିକର ସ୍ଥିତି ସମ୍ପର୍କରେ ଆରଡିସି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ବେଳେ ଗୁରୁବାର ଜିଲ୍ଲାର ଏହି ମଠ ଉପରେ ଆକ୍ରମଣ ହୋଇଛି। ନାୟକାଣିଡିହି ଥାନା ଅନ୍ତର୍ଗନ୍ତ ମାଟିପକା ଗ୍ରାମରେ ଥିବା ଏହି ମଠ ଲୋକଙ୍କ ଜମି ଉପରେ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଥିଲେ । ଖବର […]

bhadrak

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 02:25 PM IST

ଭଦ୍ରକ: ବାସୁଦେବପୁର ମାଟିପକା ଗ୍ରାମରେ ଥିବା ଦତ୍ତାତ୍ରୟ ମଠରେ ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇ ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ଥିବା ମଠ ଗୁଡିକର ସ୍ଥିତି ସମ୍ପର୍କରେ ଆରଡିସି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ବେଳେ ଗୁରୁବାର ଜିଲ୍ଲାର ଏହି ମଠ ଉପରେ ଆକ୍ରମଣ ହୋଇଛି। ନାୟକାଣିଡିହି ଥାନା ଅନ୍ତର୍ଗନ୍ତ ମାଟିପକା ଗ୍ରାମରେ ଥିବା ଏହି ମଠ ଲୋକଙ୍କ ଜମି ଉପରେ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଭଦ୍ରକ ଏସପି ଅସିତ ମହାନ୍ତି, ନାୟକାଣିଡିହି ଓଆଇସି ପ୍ରଦୀପ ନାୟକ, ବାସୁଦେବପୁର ଆଇଆଇସି ଶ୍ରୀବଲ୍ଲଭ ସାହୁ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ବାବା ବ୍ରହ୍ମାନନ୍ଦ ଗିରି ଓ ଶିଷ୍ୟା ଗୀତା ଗିରିଙ୍କୁ ପୋଲିସ ଅଟକ ରଖିଛି। ଅନ୍ୟପକ୍ଷରେ ଗାଁରେ ଶାନ୍ତି ବଜାୟ ରଖିବାକୁ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯାଇଛି।

Related story