ଭୁବନେଶ୍ୱର: ସରକାରୀ ମୈତ୍ରୀ ଦୋକାନରୁ ଗହମ ଚୋରା ଚାଲାଣ ବେଳେ ମିନିଟ୍ରକ୍ ଜବତ, ଦୁଇ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ସରକାରୀ ମୈତ୍ରୀ ଦୋକାନରୁ ପିଡିଏସ୍ ବାବଦକୁ ଆସିଥିବା ଗହମ ଚୋରା ଚାଲାଣ ବେଳେ ଏକ ମିନିଟ୍ରକକୁ ଜବତ କରାଯାଇଛି। ୩୦ବସ୍ତା ଚୋରା ଗହମ ଜବତ କରିବା ସହିତ ସରକାରୀ ମୈତ୍ରୀ ଦୋକାନର ମ୍ୟାନେଜର ଓ ଗାଡି ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ୍। ଦିନଦ୍ୱିପହରେ ଏକ ମିନିଟ୍ରକ ଯୋଗେ ଏହି ସବୁ ଗହମ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ। ପରେ ସିପିଆଇଏମ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ […]

choragahama

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 03:44 PM IST

ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ସରକାରୀ ମୈତ୍ରୀ ଦୋକାନରୁ ପିଡିଏସ୍ ବାବଦକୁ ଆସିଥିବା ଗହମ ଚୋରା ଚାଲାଣ ବେଳେ ଏକ ମିନିଟ୍ରକକୁ ଜବତ କରାଯାଇଛି। ୩୦ବସ୍ତା ଚୋରା ଗହମ ଜବତ କରିବା ସହିତ ସରକାରୀ ମୈତ୍ରୀ ଦୋକାନର ମ୍ୟାନେଜର ଓ ଗାଡି ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ୍। ଦିନଦ୍ୱିପହରେ ଏକ ମିନିଟ୍ରକ ଯୋଗେ ଏହି ସବୁ ଗହମ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ। ପରେ ସିପିଆଇଏମ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଟକ ସରକାରୀ ମୈତ୍ରୀ ଦୋକାନ, ମ୍ୟାନେଜର ଜଣେ ସରକାରୀ କର୍ମଚାରୀ। ତେବେ କଳାବଜାର ପାଇଁ ଏହି  ସବୁ ଗହମ ଚୋରା ଚାଲାଣ କରୁଥିବା ଅଟକ ମ୍ୟାନେଜର ମିଡିଆ ଆଗରେ ସ୍ୱୀକାର କରିଛନ୍ତି। ଘଟଣାର ପୁଙ୍ଖ।ନୁପୁଙ୍ଖ ତଦନ୍ତ କରାଯିବାସହ ପିଡିଏସ୍ ଗହମ ଚୋରା ଚାଲାଣ କରି ଧରାପଡିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହୋଇଛି।

Related story