ଭୁବନେଶ୍ୱର: ୧୩ ବର୍ଷର ନାବାଳିକାକୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ୧୩ ବର୍ଷର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଟିକୁ ଏକ ଭଡ଼ାଟିଆ ଦମ୍ପତି ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଝିଅଟି ନିଖୋଜ ହେବା ପରଠୁ ଏହି ଭଡ଼ାଟିଆ ଦମ୍ପତ୍ତିଙ୍କ ଦେଖାଦର୍ଶନ ମିଳୁ ନ ଥିବାରୁ ସଂପୃକ୍ତ ନାବାଳିକାଙ୍କ ପରିବାର ଲୋକେ ତାଙ୍କ ଉପରେ ସନ୍ଦେହ କରୁଥିବା କହିଛନ୍ତି। ତା’ସହ ଅଭିଯୁକ୍ତ ଦମ୍ପତ୍ତିଙ୍କ ଘରକୁ ବୁଲିବାକୁ ଆସିଥିବା ସମ୍ପର୍କୀୟଙ୍କୁ ଘର ମାଲିକ […]

kidnap

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 03:32 AM IST

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ୧୩ ବର୍ଷର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଟିକୁ ଏକ ଭଡ଼ାଟିଆ ଦମ୍ପତି ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଝିଅଟି ନିଖୋଜ ହେବା ପରଠୁ ଏହି ଭଡ଼ାଟିଆ ଦମ୍ପତ୍ତିଙ୍କ ଦେଖାଦର୍ଶନ ମିଳୁ ନ ଥିବାରୁ ସଂପୃକ୍ତ ନାବାଳିକାଙ୍କ ପରିବାର ଲୋକେ ତାଙ୍କ ଉପରେ ସନ୍ଦେହ କରୁଥିବା କହିଛନ୍ତି। ତା’ସହ ଅଭିଯୁକ୍ତ ଦମ୍ପତ୍ତିଙ୍କ ଘରକୁ ବୁଲିବାକୁ ଆସିଥିବା ସମ୍ପର୍କୀୟଙ୍କୁ ଘର ମାଲିକ ପୋଲିସ୍ ଜିମା ଦେଇଛନ୍ତି। ବଡ଼ଗଡ଼ ଥାନା ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି।

Related story