ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରୁ ଦିନ ଦ୍ୱିପ୍ରହରରେ ପୁଣି ଏକ ଲୁଟ୍ ହୋଇଛି। ଲୁଟର ଶିକାର ହୋଇଛନ୍ତି ସିଦ୍ଧି ବିନାୟକ ବିଲଡର୍ସର କମ୍ପାନୀର ମ୍ୟାନେଜର। ଭୁବନେଶ୍ୱର କଟକ ରୋଡରେ ଥିବା ଏକ ବ୍ୟାଙ୍କରୁ ସେ ଟଙ୍କ। ଉଠାଇ ଆସୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ପାଖରୁ ଟଙ୍କା ବ୍ୟାଗ ଛଡାଇ ଫେରାର ହୋଇଯାଇଛନ୍ତି । ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ଅପରାହ୍ନରେ କମ୍ପାନୀର ମ୍ୟାନେଜର ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କ। ଉଠାଇ ନିକଟରେ ଥିବା କାର୍ଯ୍ୟାଳୟକୁ ଆସୁଥିଲେ । ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପପଲସରରେ ଆସି ତାଙ୍କ ଠାରୁ ଟଙ୍କ। ବ୍ୟାଗ୍ ଲୁଟି ନେଇଥିଲେ । ଏହା ପୂର୍ବରୁ ମଧ୍ୟ ରାଜଧାନୀରେ ଦିନଦ୍ୱିପ୍ରହରରେ ଲୁଟ ହୋଇଛି। କମିଶନରେଟ ପୋଲିସ କଡା ପହରା ସତ୍ତ୍ୱେ ଦୁର୍ବୃତ୍ତମାନେ ଖୁଲମଖୁଲା ଲୁଟପାଟ କରିବା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।