ସେକ୍ସ ରାକେଟ ଠାବ: ୯ ଯୁବତୀ ଓ ୪ ଗ୍ରାହକ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୋଲିସ ଆଜି କଳିଙ୍ଗନଗର ଅଞ୍ଚଳରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି। ପୋଲିସ ଜଣେ ମହିଳାଙ୍କ ସମେତ ୮ ଯୁବତୀ ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଏହି ରାକେଟର କିଙ୍ଗପିନ୍‌ ଦେବାଶିଷ ଚୌଧୁରୀ ବୋଲି ଜଣାପଡ଼ିଛି। ଦେବାଶିଷ ପଶ୍ଚିମଙ୍ଗରୁ ଯୁବତୀ ଆଣି ଏଠାରେ ରାକେଟ ଚଳାଉଥିବା ପୋଲିସ କହିଛି।