ଭୁବନେଶ୍ୱରରେ ବନ୍ଧୁକ ମୁନରେ ଲୁଟ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଓଭର ବ୍ରିଜ୍‌ରେ ଆଜି ଭୋରରେ ଏକ ଦମ୍ପତିଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ଏମ୍ସ ଯାଉଥିବା ବେଳେ ଏକ ପଲସର୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ବନ୍ଧୁକ ଓ କଟୁରୀ ଦେଖାଇ ଲୁଟ୍ କରିଥିଲେ। ଏନେଇ ନୟାପଲ୍ଲୀ ଥାନାରେ ଉକ୍ତ ଦମ୍ପତି ଏତଲା ଦେଇଛନ୍ତି।