ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ରାଜ୍ । ୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ବଡ ଧରଣର ଲୁଟ୍ ହୋଇଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜମହଲ ଛକରେ ଥିବା ସିଟି ଜୁଏଲର୍ସ ସୁନା ଦୋକାନରୁ ପ୍ରାୟ ୪ ଲକ୍ଷ ଟଙ୍କ।ର ସୁନା ଚେନ୍ ଲୁଟ୍ ହୋଇଛି । ଆଉ ଏହି ଲୁଟର କାରନାମା ଦୋକାନରେ ଥିବା ସିସିଟିଭିରେ ରେକର୍ଡରୁ ଜଣାପଡିଛି। ଏଥିରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିବା ଜଣାପଡିଛି । ପ୍ରଥମେ ଦୁଇ ଜଣ ମହିଳା ଲୁଟେରା, ଗ୍ରାହକ ସାଜି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ସୁନା କାନଫୁଲ ଦେଖିବା ବାହାନାରେ ସେମାନେ ବ୍ୟସ୍ତ ରଖିଥିଲେ କର୍ମଚାରୀଙ୍କୁ। ପରେ ସେମାନଙ୍କ ୩ଜଣ ପୁରୁଷ ସାଥୀ ଦୋକାନରେ ପହଞ୍ଚି ଥିଲେ । ସାଧାରଣ ଗ୍ରାହକ ଭଳି ବ୍ୟବହାର କରି ସେମାନେ ଅନ୍ୟ ଭେରାଇଟିର ଗହଣା ଦେଖାଇବାକୁ ଦୋକାନ ମାଲିକଙ୍କୁ କହିଥିଲେ । ମାଲିକ ପାଖ ଦୋକାନକୁ ଗହଣା ଆଣିବାକୁ ଗଲା ବେଳେ ଏହାର ଫ।ଇଦା ନେଇ ସେମାନେ ଗହଣା ଥାକରେ ଥିବା ସୁନା ଚେନ୍ ବକ୍ସକୁ ନେଇ ଯାଇଥିଲେ । ସେମାନେ ଗଲା ପରେ ଥାକ ଖାଲି ଥିବା ଦେଖି ଦୋକାନ ମାଲିକଙ୍କ ସନ୍ଦେହ ଜାତ ହୋଇଥିଲା । ସିସିଟିଭି ଭିଜୁଆଲ ଦେଖିବା ପରେ ଲୁଟ କଥା ଜଣାପଡିଥିଲା । ଲୁଟେରାମାନେ ୬ଟି ସୁନାଚେନ ନେଇଯାଇଥିବା ଜଣାପଡିଛି। ଚୋରି ଗହଣାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କ। ହେବ ବୋଲି ମାଲିକ କହିଛନ୍ତି। ଏ ନେଇ ସେ କ୍ୟାପିଟାଲ୍ ଥାନାରେ ଏକ ମାମଲା ରୁଜୁ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।