ଭୁବନେଶ୍ୱର: ସାଲିଆସାହିରେ ଯୁବକଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆସାହି ଅଞ୍ଚଳରେ ଗତକାଲି ରାତିରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଅଶ୍ୱିନୀ ମାଝି।  ଅଶ୍ୱିନୀଙ୍କ ଉପରକୁ ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି କରିଥିଲେ। ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ  ଜଣାପଡ଼ି ନ ଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ କରୁଛି।