ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ଘରୁ ମଦ ଜବତ

ବାରିପଦା: ଘରେ ବିଦେଶୀ ମଦ ଗଚ୍ଛିତ ରଖିବା ଅଭିଯୋଗରେ ବାରିପଦା ସଦର ବ୍ଲକ ବେତନା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶିମନ ହାଁସଦାକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଶିମନ ବେଆଇନ‌ ମଦ କାରବାର କରୁଥିବା ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଆଜି ଅବକାରୀ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ତାଙ୍କ ଘରୁ ୬୩ ବୋତଲ […]

bjd

bjd

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 05:56 PM IST

Sports

Latest News

ବାରିପଦା: ଘରେ ବିଦେଶୀ ମଦ ଗଚ୍ଛିତ ରଖିବା ଅଭିଯୋଗରେ ବାରିପଦା ସଦର ବ୍ଲକ ବେତନା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶିମନ ହାଁସଦାକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଶିମନ ବେଆଇନ‌ ମଦ କାରବାର କରୁଥିବା ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ଆଧାର କରି ଆଜି ଅବକାରୀ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ତାଙ୍କ ଘରୁ ୬୩ ବୋତଲ ବିଦେଶୀ ମଦ ଜବତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଶିମନ କହିଛନ୍ତି,“ମୁଁ ନିର୍ବାଚନରେ ମଦ ବାଣ୍ଟିବାକୁ ରଖି ନ ଥିଲି। ଭାଣଜୀ ବାହାଘର ପାଇଁ ମଦ ରଖିଥିଲି। ମୋତେ ଫସାଇ ଦିଆଯାଇଛି।”

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos