ବଲାଙ୍ଗିର: ଜମିଜମା ବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଘୁନା ପଞ୍ଚାୟତ ଅର୍ନ୍ତଗତ ବାଗବାହାଲ୍ ଗାଁରେ ଆଜି ସକାଳେ ଜମିଜମା ବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ମଧୁ ମୁଗ୍ରୀ ଏବଂ ତାଙ୍କ ପତ୍ନୀ ସଖି ମୁଗ୍ରୀ। ମଧୁର ଦୁଇ ଝିଅ ରଶ୍ଚିତା ଓ ଚନ୍ଦ୍ରିକା ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

bolangiri

bolangiri

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 09:14 PM IST

Sports

Latest News

bolangiriବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଘୁନା ପଞ୍ଚାୟତ ଅର୍ନ୍ତଗତ ବାଗବାହାଲ୍ ଗାଁରେ ଆଜି ସକାଳେ ଜମିଜମା ବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ମଧୁ ମୁଗ୍ରୀ ଏବଂ ତାଙ୍କ ପତ୍ନୀ ସଖି ମୁଗ୍ରୀ। ମଧୁର ଦୁଇ ଝିଅ ରଶ୍ଚିତା ଓ ଚନ୍ଦ୍ରିକା ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଆଜି ସକାଳ ପ୍ରାୟ ୭ଟାରେ ଗାଁରେ ଥିବା ଗୋଚର ଜମିରେ ମଧୁ ଏବଂ ସଖି ହଳ କରୁଥିଲେ। ଏହି ସମୟରେ ତିଳ ଧରୁଆ, ଶଙ୍କର ଧାରୁଆ ଓ ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଜମି ତାଙ୍କର ବୋଲି କହି ମଧୁଙ୍କୁ ହଳ କରିବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଧରୁଆ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ମଧୁ ଏବଂ ସଖିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ବାପାମାଆଙ୍କ ପାଇଁ ଖାଇବାକୁ ନେଇ ଆସିଥିବା ଦୁଇଭଉଣୀଙ୍କୁ ଆକ୍ରମଣ କରି ସେମାନେ ଫେରାର୍ ହୋଇଯାଇଥିଲେ।

ଖବର ପାଇ ତୁଷୁରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବଲାଙ୍ଗିର ଅତିରିକ୍ତ ଏସ୍‌ପି ଶଶିଭୂଷଣ ଶତପଥି, “ହଳ କରିବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ଧରୁଆ ପରିବାର ପକ୍ଷରୁ ଟାଙ୍ଗିଆରେ ଆକ୍ରମଣ କରାଯିବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos