ଲାଞ୍ଚ ନେଇ କଣ୍ଟାମାଳ ସିଡିପିଓ ଗିରଫ

ବୌଦ୍ଧ: ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସିଡିପିଓ ଯୋଶବନ୍ତୀ ବେହେରା ଆଜି ଗିରଫ ହୋଇଛନ୍ତି। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଗିରଫ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଛତୁଆ ବିଲ୍ ପାସ୍ କରାଇ ଦେବା ପାଇଁ ଜୟ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶୈଳବାଳା ଦାଶଙ୍କ ଠାରୁ ସିଡିପିଓ ୪୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଅର୍ଥ ମଳୁ ନ ଥିବାରୁ […]

cdpo

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 03:30 PM IST

ବୌଦ୍ଧ: ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସିଡିପିଓ ଯୋଶବନ୍ତୀ ବେହେରା ଆଜି ଗିରଫ ହୋଇଛନ୍ତି। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଗିରଫ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଛତୁଆ ବିଲ୍ ପାସ୍ କରାଇ ଦେବା ପାଇଁ ଜୟ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶୈଳବାଳା ଦାଶଙ୍କ ଠାରୁ ସିଡିପିଓ ୪୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଅର୍ଥ ମଳୁ ନ ଥିବାରୁ ସେ ବିଲ୍ ପାସ୍ କରୁ ନ ଥିଲେ। ଏନେଇ ସମ୍ପାଦିକା ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ସିଡିପିଓ ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଥିଲେ। କଂଶମାଳ ସ୍ଥିତ ତାଙ୍କ ଭଡ଼ା ଘରୁ ବହୁ ସମ୍ପତ୍ତି ଠାବ କରାଯାଇଥିବା ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ଦଳଗୋବିନ୍ଦ ବେହେରା କହିଛନ୍ତି।

Related story