ବୌଦ୍ଧ: ଟାଙ୍ଗିଆରେ ହାଣି ପୁଅକୁ ହତ୍ୟା କଲା ବାପା

ବୌଦ୍ଧ: ବୌଦ୍ଧ ଥାନା ସାନବାଗବର ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅକୁ ହତ୍ୟା କରିଛନ୍ତି। ବୁଧବାର ବିଳମ୍ୱିତ ରାତିରେ କୌଣସି କାରଣକୁ ନେଇ ସଦାନନ୍ଦ ବେହେରା ଓ ତାଙ୍କ ପୁଅ ପ୍ରହଲ୍ଲାଦଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସଦାନନ୍ଦ ଏକ ଟାଙ୍ଗିଆରେ ହାଣି ପ୍ରହଲ୍ଲାଦଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ସାନଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସଦାନନ୍ଦଙ୍କୁ ପୋଲିସ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି।