ବ୍ରାହ୍ମଣ ଝରିଲୋ ଗୁଳିମାଡ ଘଟଣା: ଯୋଜନାବଦ୍ଧ ଭାବେ ବିନୋଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ

କଟକ: ବ୍ରାହ୍ମଣ ଝରିଲୋ ଗୁଳିମାଡରେ ଠିକାଦାର ତଥା ମଦ ବ୍ୟବସାୟୀ ବିନୋଦ ବିହାରୀ ଦାସ ହତ୍ୟା ଘଟଣା ଭିନ୍ନ ମୋଡ ନେଇଛି। ଯୋଜନାବଦ୍ଧ ଭାବେ ବିନୋଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ପୂର୍ବରୁ ହତ୍ୟା ଧମକ ଦିଆଯାଇଥିଲା ବୋଲି ମୃତ ବିନୋଦଙ୍କ ସମ୍ପର୍କୀୟ କହିଛନ୍ତି। କମିଶନରେଟ ପୋଲିସ ହତ୍ୟାକାଣ୍ଡ ସମ୍ପର୍କିତ ସୁରାକ୍ ପାଇବା ପରେ ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି। ଅଭିଯୋଗ ଅନୁସାରେ ଠିକାଦାରୀକୁ ନେଇ ଦୁଇ […]

brahman-jharolo-murder-case

brahman-jharolo-murder-case

Rakesh Mallick
  • Published: Monday, 07 December 2015
  • Updated: 07 January 2016, 08:17 AM IST

Sports

Latest News

କଟକ: ବ୍ରାହ୍ମଣ ଝରିଲୋ ଗୁଳିମାଡରେ ଠିକାଦାର ତଥା ମଦ ବ୍ୟବସାୟୀ ବିନୋଦ ବିହାରୀ ଦାସ ହତ୍ୟା ଘଟଣା ଭିନ୍ନ ମୋଡ ନେଇଛି। ଯୋଜନାବଦ୍ଧ ଭାବେ ବିନୋଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ପୂର୍ବରୁ ହତ୍ୟା ଧମକ ଦିଆଯାଇଥିଲା ବୋଲି ମୃତ ବିନୋଦଙ୍କ ସମ୍ପର୍କୀୟ କହିଛନ୍ତି। କମିଶନରେଟ ପୋଲିସ ହତ୍ୟାକାଣ୍ଡ ସମ୍ପର୍କିତ ସୁରାକ୍ ପାଇବା ପରେ ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି।

ଅଭିଯୋଗ ଅନୁସାରେ ଠିକାଦାରୀକୁ ନେଇ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଯୋଗୁ ବିନୋଦଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତକାଲି ଅପରାହ୍ନରେ ବିନୋଦ ବ୍ରାହ୍ମଣଝରିଲୋସ୍ଥିତ ତାଙ୍କ ଭାଇଙ୍କ ମଦ ଦୋକାନ ନିକଟ ନିଜର କନଷ୍ଟ୍ରକ୍ସନ୍ ସାଇଡରେ ଥିବାବେଳେ ୨ଟି ବାଇକରେ ୩ଜଣ ଯୁବକ ଆସି ପ୍ରଥମେ ମଦ ଦୋକାନ ଆଗରେ ବୋମାମାଡ କରିଥିଲେ। ପରେ ସେମାନେ ବିନୋଦଙ୍କ ପାଖକୁ ଯାଇ ୭ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବିନୋଦଙ୍କୁ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos