ବ୍ରହ୍ମପୁର: ନାବାଳିକାକୁ ଏସିଡ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବରଗଡ଼ ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁରେ ଜଣେ ନାବାଳିକାକୁ ଏସିଡ ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଲିପୁନ ବିଷୋୟୀ। ଗୁରୁତର ପୀଡ଼ିତା ମାମୁନିଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଘରେ ପଶି କିଛି ଯୁବକ ତାଙ୍କୁ ଏସିଡ ମାଡ଼ କରିଥିବା ଆଶଙ୍କା କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏସିଡ ମାଡ଼ରେ ମାମୁନିଙ୍କ ମୁହଁ, ଛାତି ଓ ଦୁଇ ହାତ ସମେତ […]

asid-mada

asid-mada

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 07:52 PM IST

Sports

Latest News

asid-madaବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବରଗଡ଼ ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁରେ ଜଣେ ନାବାଳିକାକୁ ଏସିଡ ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଲିପୁନ ବିଷୋୟୀ। ଗୁରୁତର ପୀଡ଼ିତା ମାମୁନିଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଘରେ ପଶି କିଛି ଯୁବକ ତାଙ୍କୁ ଏସିଡ ମାଡ଼ କରିଥିବା ଆଶଙ୍କା କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏସିଡ ମାଡ଼ରେ ମାମୁନିଙ୍କ ମୁହଁ, ଛାତି ଓ ଦୁଇ ହାତ ସମେତ ଶରୀରର ୫୦ଭାଗ ଜଳିଯାଇଛି।

ପୀଡିତା ମାମୁନି  କହିଛନ୍ତି,“ମୁଁ ରାତିରେ ଘରେ ଶୋଇଥିବା ବେଳେ ୩ରୁ ୪ ଜଣ ଯୁବକ ଆସି ମୋ ଉପରକୁ ଏସିଡ ମାଡ଼ କରି ଦୌଡ଼ି ପଳାଇ ଯାଇଥିଲେ। ଅନ୍ଧାର ହୋଇଥିବାରୁ ମୁଁ ସେମାନଙ୍କୁ ଦେଖିପାରି ନ ଥିଲି।”

ସେ ଆହୁରି କହିଛନ୍ତି,“ଗାଁର ଜଣେ ଯୁବକ ତୁଫାନଙ୍କ ସହ ମୋର ପ୍ରେମ ସଂପର୍କ ଥିଲା। ତୁଫାନ ବି ମୋତେ ବିବାହ କରିବାକୁ ଚାହୁଁଥିଲେ। ହେଲେ ତୋଫାନଙ୍କ ଘର ଲୋକ ରାଜି ନ ହୋଇ ତାଙ୍କୁ ଅଲଗା ଜାଗାରେ ବାହା କରି ଦେଇଥିଲେ। ମୋ ସହ ସଂପର୍କ ଥିବା ଆଶଙ୍କାରେ ତୋଫାନଙ୍କ ପତ୍ନୀଙ୍କ ଇଙ୍ଗିତରେ ଲିପୁନ ବିଷୋୟୀଙ୍କ ସହ ଅନ୍ୟମାନେ ଏଭଳି କାଣ୍ଡ କରିଛନ୍ତି।”

ମାମୁନିଙ୍କ ବାପା ପାଣ୍ଡବ ବିଷୋୟୀ କହିଛନ୍ତି,“ତୁଫାନ ନ ମୋ ଝିଅକୁ ବିବାହ କରିବା ପାଇଁ ମୋତେ କହିଥିଲେ।  ତୋଫାନ ବାପାମାଆ  ରାଜି ନ ହେଲେ, ମୁଁ ବାହାଘର କରିବି ନାହିଁ ବୋଲି ତୁଫାନକୁ କହିଥିଲି।”

ମାମୁନିଙ୍କ ମାମୁଁ ପ୍ରକାଶ ସ୍ୱାଇଁ କହିଛନ୍ତି,“ମୋ ଭାଣିଜିକୁ ଯେଉଁମାନେ ଏସିଡ ପକାଇଛନ୍ତି ତାଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉ।”

ଗଞ୍ଜାମ ଅତିରିକ୍ତ ଏସପି ଗୁପ୍ତ ମହାକୁଡ଼ କହିଛନ୍ତି,“ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଲିପୁନ ବିଷୋୟୀ ତାଙ୍କୁ ଆଗରୁ ଧମକ ଦେଇଥିଲା। ଲିପୁନ ସହ ୩ ଜଣ ଯୁବକ ମାମୁନିଙ୍କ ଉପରେ ଏସିଡ ମାଡ଼ କରିଛନ୍ତି। ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story