ବ୍ରହ୍ମପୁର: ବୁଗୁଡ଼ାର ବିଜେଡ଼ି ନେତା ତଥା ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ବାଳକୃଷ୍ଣ ପାତ୍ରଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଲୁ ସାହୁ ଓ ତାର ସହଯୋଗୀ ସୁନୀଲ ସେଠୀକୁ ପୋଲିସ ଗିରଫ କରିଛି। ଏକ ସାମ୍ୱାଦିକ ସମ୍ମିଳନୀର ଗଞ୍ଜ।ମ ଏସପି ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବନ୍ଧୁକ, ମାଉଜର ଓ ୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମଦ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି କହିଛନ୍ତି। ଗତ ୨୪ ତାରିଖ ପୂର୍ବାହ୍ନରେ କେହି ଦୁର୍ବୃତ୍ତମାନେ ବାଳକୃଷ୍ଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରି ପୋଲିସ ତା’ର ତଦନ୍ତ ଚଳାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।
Crime
ମାଆ ଚାକିରି ଗଲା ବୋଲି ସର୍କିଟ୍ ହାଉସ୍ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ
କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍ ହାଉସ୍ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।
Crime
ଲୁଟ୍ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁଳି କଲେ
ଚୋରମାନେ ଉତ୍କ୍ଷିପ୍ତ ହୋଇ ବାଇକ୍ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।