ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସିର ପୂର୍ବତନ ଚେୟାରମ୍ୟାନ ତଥା ବର୍ତ୍ତମାନର କାଉନସିଲର ବାଳକୃଷ୍ଣ ପାତ୍ର ଗୁଳିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ଠୋସ୍ ପ୍ରମାଣ ମିଳିଛି। ବାଳକୃଷ୍ଣଙ୍କୁ ୨ ଜଣ ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିଥିଲେ। ଘଟଣାର ତଦନ୍ତ ଲାଗି ୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ ହତ୍ୟାକାରୀଙ୍କୁ ଧରିବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଅମିତାଭ ଠାକୁର କହିଛନ୍ତି। ଫେରାର୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଗୋଟିଏ ଟିମ ଜିଲ୍ଲା ବାହାରକୁ ଯାଇଛି। ବାଳକୃଷ୍ଣଙ୍କୁ କିଏ ଓ କାହିଁକି ହତ୍ୟା କଲା, ହତ୍ୟା ପଛରେ ରାଜନୈତିକ ଶତ୍ରୁତା ରହିଛି ନା ବ୍ୟାବସାୟିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇନି। ଏସବୁ ଦିଗକୁ ନେଇ ପୋଲିସ ତନାଘନା ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି।
ମଙ୍ଗଳବାର ପୂର୍ବାହ୍ନରେ ଘରକୁ ଫେରୁଥିବା ବେଳେ ବାଳକୃଷ୍ଣଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଘଟଣାର ପ୍ରତିବାଦରେ ବୁଗୁଡ଼ା ସହରରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।
Crime
ମାଆ ଚାକିରି ଗଲା ବୋଲି ସର୍କିଟ୍ ହାଉସ୍ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ
କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍ ହାଉସ୍ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।
Crime
ଲୁଟ୍ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁଳି କଲେ
ଚୋରମାନେ ଉତ୍କ୍ଷିପ୍ତ ହୋଇ ବାଇକ୍ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।