ଚୌଦ୍ୱାର ଜେଲରେ କମିଶନରେଟ୍ ପୋଲିସର ଚଢ଼ାଉ: ଗଞ୍ଜେଇ, ଏଲଇଡି ଟିଭି ଜବତ

କଟକ: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ଆଶଙ୍କାରେ ଚୌଦ୍ୱାର ସର୍କଲ ଜେଲ୍ ଉପରେ ଆଜି ଭୋରରୁ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା।  କଟକ ଡିସିପି ଓ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଭୋର ପ୍ରାୟ ସାଢ଼େ ୪ଟା ବେଳକୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ କଟକ ଡିସିପି ସଂଜୀବ ଅରୋରା କହିଛନ୍ତି, ଜେଲରେ ଅନ୍ତେବାସୀଙ୍କ ରୁମରୁ ଗୁଟଖା, ସିଗାରେଟ୍ ଓ ଗଞ୍ଜେଇ ଭଳି ଜବତ ହୋଇଛି। ଏପରିକି ଗୋଟିଏ ଏଲଇଡି ଟିଭି ମଧ୍ୟ ଜବତ କରାଯାଇଛି। ଏହା ସହିତ ଆଉ କିଛି […]

chaudwarjail

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 05:07 AM IST

[caption id="attachment_29149" align="alignleft" width="300"] ଚୌଦ୍ୱାର ଜେଲରୁ ଜବତ ଏଲଇଡି ଟିଭି ଓ ମାଦକଦ୍ରବ୍ୟ[/caption]

କଟକ: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ଆଶଙ୍କାରେ ଚୌଦ୍ୱାର ସର୍କଲ ଜେଲ୍ ଉପରେ ଆଜି ଭୋରରୁ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା।  କଟକ ଡିସିପି ଓ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଭୋର ପ୍ରାୟ ସାଢ଼େ ୪ଟା ବେଳକୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ କଟକ ଡିସିପି ସଂଜୀବ ଅରୋରା କହିଛନ୍ତି, ଜେଲରେ ଅନ୍ତେବାସୀଙ୍କ ରୁମରୁ ଗୁଟଖା, ସିଗାରେଟ୍ ଓ ଗଞ୍ଜେଇ ଭଳି ଜବତ ହୋଇଛି। ଏପରିକି ଗୋଟିଏ ଏଲଇଡି ଟିଭି ମଧ୍ୟ ଜବତ କରାଯାଇଛି। ଏହା ସହିତ ଆଉ କିଛି ଆପତ୍ତିଜନକ ଜିନିଷ ମଧ୍ୟ ଅନ୍ତେବାସୀଙ୍କଠାରୁ ମିଳିଛି ଯାହା ଜେଲ ପରିସରକୁ ଯିବା କଥା ନୁହେଁ। ତେବେ ଏସବୁ ଜିନିଷ ଜେଲ ଭିତରକୁ କେମିତି ଆସିଲା ତା’ର ତଦନ୍ତ କରାଯିବ ଓ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଡିସିପି ଅରୋରା କହିଛନ୍ତି।

ଆଜି ଏହି ଚଢ଼ାଉ ବେଳେ ଜେଲ୍ ପରିସରରେ ୫ଜଣ ଏସିପି ଓ ୨ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୫ଜଣ ଇନ୍ସପେକ୍ଟର ଓ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା।

Related story