ବଣାଇ ଜିଲ୍ଲା ପରିଷଦ ସଭ୍ୟ ଦଶରଥ ଓରାମ୍ ହତ୍ୟା ଘଟଣା: ଆସନ୍ତାକାଲି ଠାରୁ ତଦନ୍ତ  କରିବ କ୍ରାଇମବ୍ରାଞ୍ଚ

ବଣାଇ: ବଣାଇ ଜିଲ୍ଲା ପରିଷଦ ସଭ୍ୟ ଦଶରଥ ଓରାମ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବ। ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ମାମଲାର ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦଶରଥ ଓରାମଙ୍କୁ ଗତ ଅକ୍ଟୋବର ୨୨ ତାରିଖରେ ହତ୍ୟା କରାଯାଇଥିଲା। ବଣାଇ ଥାନାର ବାବୁ ନୂଆ ଗାଁରେ ଆୟୋଜିତ ରାବଣପୋଡ଼ି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘରକୁ ଫେରୁଥିବା […]

bonai

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 08:53 AM IST

ବଣାଇ: ବଣାଇ ଜିଲ୍ଲା ପରିଷଦ ସଭ୍ୟ ଦଶରଥ ଓରାମ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବ। ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ମାମଲାର ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦଶରଥ ଓରାମଙ୍କୁ ଗତ ଅକ୍ଟୋବର ୨୨ ତାରିଖରେ ହତ୍ୟା କରାଯାଇଥିଲା। ବଣାଇ ଥାନାର ବାବୁ ନୂଆ ଗାଁରେ ଆୟୋଜିତ ରାବଣପୋଡ଼ି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏକ ବାଇକରେ ଫେରୁଥିବା ବେଳେ ଦେଓଗାଁ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଓରାମଙ୍କୁ କିଏ ଏବଂ କେଉଁ କାରଣ ପାଇଁ ହତ୍ୟା କରିଥିଲେ ତାହା ରହସ୍ୟାବୃତ ହୋଇ ରହିଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିଲା।

Related story