ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା: ଓକିଲଙ୍କ ବିରୋଧରେ ମାମଲା ରୁଜୁ

ନବରଙ୍ଗପୁର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ମାଡ଼ ଖାଇଥିବା ନବରଙ୍ଗପୁର ଝରିଗାଁର ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି। ଗତକାଲି ଝରିଗାଁ ଅଞ୍ଚଳରେ ସଞ୍ଜୟ କୁମାର ନାୟକ ନାମକ ଜଣେ ଓକିଲ ଜଣେ ନାବାଳିକାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କ ଅଭିଭାବକ ସମ୍ପୃକ୍ତ ଓକିଲଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଓକିଲ ଆଗରୁ ମଧ୍ୟ ଏଭଳି ଅନେକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ […]

sss

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 07:37 PM IST

ନବରଙ୍ଗପୁର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ମାଡ଼ ଖାଇଥିବା ନବରଙ୍ଗପୁର ଝରିଗାଁର ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି। ଗତକାଲି ଝରିଗାଁ ଅଞ୍ଚଳରେ ସଞ୍ଜୟ କୁମାର ନାୟକ ନାମକ ଜଣେ ଓକିଲ ଜଣେ ନାବାଳିକାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କ ଅଭିଭାବକ ସମ୍ପୃକ୍ତ ଓକିଲଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଓକିଲ ଆଗରୁ ମଧ୍ୟ ଏଭଳି ଅନେକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଅଭିଯୁକ୍ତ ସଞ୍ଜୟ କୁମାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story