ଛତ୍ରପୁର: ମଦ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ଜଣେ ମୃତ

ଛତ୍ରପୁର: ମଦ ବ୍ୟବସାୟକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ଼ ଖଇରଖମା ଗାଁର ମେଘନୁ ଡାଙ୍ଗୁଆଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ଗୋଟାଏ ମେଘନୁ ମୁଣ୍ଡୁଳା ଗାଁରୁ ଘରକୁ ଫେରୁଥିବା ବେଳେ ଶଙ୍ଖ ନିକଟରେ ପୂର୍ବରୁ ପ୍ରସ୍ତୁତ ୫ଜଣ  ଦୁର୍ବୃତ୍ତ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ।  ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମେଘନୁଙ୍କୁ ସୁମଣ୍ଡଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

death

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 11:32 AM IST

ଛତ୍ରପୁର: ମଦ ବ୍ୟବସାୟକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ଼ ଖଇରଖମା ଗାଁର ମେଘନୁ ଡାଙ୍ଗୁଆଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ଗୋଟାଏ ମେଘନୁ ମୁଣ୍ଡୁଳା ଗାଁରୁ ଘରକୁ ଫେରୁଥିବା ବେଳେ ଶଙ୍ଖ ନିକଟରେ ପୂର୍ବରୁ ପ୍ରସ୍ତୁତ ୫ଜଣ  ଦୁର୍ବୃତ୍ତ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ।  ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମେଘନୁଙ୍କୁ ସୁମଣ୍ଡଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଦ ବେପାରକୁ ନେଇ ମେଘନକୁ ହତ୍ୟା କରାଯାଇଥିବା ତାଙ୍କ ମାମୁଁ ସୁରେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।

Related story