ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ପୁଅଙ୍କଠାରୁ ଲୁଟ୍ ଉଦ୍ୟମ,ଧରା ପଡ଼ିଲେ ୨ ଦୁର୍ବୃତ୍ତ

ଖୋର୍ଦ୍ଧା: ଚିଲିକା ବିଧାୟକ ବିଭୂତି ହରିଚନ୍ଦନଙ୍କ ପୁଅ ବିଭୂଧ ଭୂଷଣଙ୍କଠାରୁ ରବିବାର ରାତିରେ ଲୁଟ୍ ଉଦ୍ୟମ ହୋଇଥିଲା। ଲୁଟେରାମାନଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ୍ ଜିମା ଦେଇଥିବା ବେଳେ ବିଭୂଧଙ୍କୁ ଆହତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ନିଜ ପେଟ୍ରୋଲ ପମ୍ପରୁ ୨ ଲକ୍ଷ ୬୫ ହଜାର ଟଙ୍କା ଧରି ନାଚୁଣୀ ସ୍ଥିତ ଘରକୁ ଏକଟୁଆ ବାଇକରେ ଫେରୁଥିଲେ ବିଭୂଧ। ଏହି ସମୟରେ  ଏକ ଟ୍ରାଭେରା ଗାଡ଼ି ତାଙ୍କ ବାଇକକୁ […]

loot

loot

Rakesh Mallick
  • Published: Monday, 28 March 2016
  • Updated: 28 March 2016, 04:30 AM IST

Sports

Latest News

ଖୋର୍ଦ୍ଧା: ଚିଲିକା ବିଧାୟକ ବିଭୂତି ହରିଚନ୍ଦନଙ୍କ ପୁଅ ବିଭୂଧ ଭୂଷଣଙ୍କଠାରୁ ରବିବାର ରାତିରେ ଲୁଟ୍ ଉଦ୍ୟମ ହୋଇଥିଲା। ଲୁଟେରାମାନଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ୍ ଜିମା ଦେଇଥିବା ବେଳେ ବିଭୂଧଙ୍କୁ ଆହତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ନିଜ ପେଟ୍ରୋଲ ପମ୍ପରୁ ୨ ଲକ୍ଷ ୬୫ ହଜାର ଟଙ୍କା ଧରି ନାଚୁଣୀ ସ୍ଥିତ ଘରକୁ ଏକଟୁଆ ବାଇକରେ ଫେରୁଥିଲେ ବିଭୂଧ। ଏହି ସମୟରେ  ଏକ ଟ୍ରାଭେରା ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା। ସେ ପଡ଼ିଯିବା ପରେ ଦୁର୍ବୃତ୍ତ ଦ୍ୱୟ ଟଙ୍କା ଧରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଥିଲେ। ପୋଲିସ୍ ପହଞ୍ଚି ଦୁଇ ଜଣଙ୍କୁ ନାଚୁଣୀ ଥାନାକୁ ନେଇ ଅଟକ ରଖିଛି। ତା’ସହିତ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଗାଡ଼ିଟିକୁ ମଧ୍ୟ ଜବତ କରିଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos