ଶୁଭଙ୍କରଙ୍କ ଜାମିନ୍ ଆବେଦନ ହାଇକୋର୍ଟରେ ଖାରଜ

କଟକ: ‘ସିସୋର’ ଚିଟ୍‌ଫଣ୍ଡ୍ କମ୍ପାନୀର ମଧ୍ୟସ୍ଥି କୁହାଯାଉଥିବା ଶୁଭଙ୍କର ନାୟକଙ୍କ ଜାମିନ ଆବେଦନ ଗୁରୁବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ଶୁଭଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ତାଙ୍କୁ ଜାମିନ୍ ଦେଲେ ତଦନ୍ତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି କୋର୍ଟ କହିଥିଲା। କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ଶୁଭଙ୍କରର ଜାମିନ ଆବେଦନ ଖାରଜ ହୋଇଥିଲା ଏବଂ ବର୍ତ୍ତମାନ ସମୟରେ କୌଣସି ପରିବର୍ତ୍ତିତ […]

subhashankanayak

subhashankanayak

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 02:18 PM IST

Sports

Latest News

କଟକ: ‘ସିସୋର’ ଚିଟ୍‌ଫଣ୍ଡ୍ କମ୍ପାନୀର ମଧ୍ୟସ୍ଥି କୁହାଯାଉଥିବା ଶୁଭଙ୍କର ନାୟକଙ୍କ ଜାମିନ ଆବେଦନ ଗୁରୁବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ଶୁଭଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ତାଙ୍କୁ ଜାମିନ୍ ଦେଲେ ତଦନ୍ତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି କୋର୍ଟ କହିଥିଲା।

କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ଶୁଭଙ୍କରର ଜାମିନ ଆବେଦନ ଖାରଜ ହୋଇଥିଲା ଏବଂ ବର୍ତ୍ତମାନ ସମୟରେ କୌଣସି ପରିବର୍ତ୍ତିତ ପରିସ୍ଥିତି ସୃଷ୍ଟି ହୋଇନାହିଁ। କେବଳ ଅଧିକ ଦିନ ଜେଲରେ ରହିବା ପରିବର୍ତ୍ତିତ ପରିସ୍ଥିତି ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶର ନଜିର ଦେଇ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos