କୋର୍ଟରେ ହାଜର ହେଲେ ସୁଶାନ୍ତ ଧଳସାମନ୍ତ
କଟକ: ସୁଶାନ୍ତ ଧଳସାମନ୍ତଙ୍କୁ ଆଜି କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ମୋଟ ୧୪ଟି ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଏଥିରୁ ଏସ୍ଡିଜେଏମ୍ କୋର୍ଟରେ ୧୧ଟି ଓ ଜେଏମ୍ଏଫ୍ସି କୋର୍ଟରେ ୩ଟି ମାମଲରେ ବ୍ୟକ୍ତିଗତ ହାଜର ହୋଇଥିଲେ ସୁଶାନ୍ତ।
ଆଜି ୨ ଭାଇଙ୍କର ବ୍ୟକ୍ତିଗତ ହାଜିରା ଥିବା ବେଳେ ଏସ୍କର୍ଟ ଅଭାବରୁ ସୁଶିଲକୁ କୋର୍ଟରେ ହାଜିର କରାଯାଇ ପାରି ନଥିଲା। ୨୦୦୬ ଅବନା ମାଳିଆ ହତ୍ୟାକାଣ୍ଡ ମାମାଲାରେ ସୁଶାନ୍ତ ଧଳସାମନ୍ତଙ୍କୁ ଫେରାର ଅଭିଯୁକ୍ତ ଭାବେ ଦର୍ଶା ଯାଇଥିଲା। ଏହି ମାମଲା ଟ୍ରାଏଲ ପାଇଁ ସେସନ୍ କୋର୍ଟକୁ ପଠାଯାଇଥିଲା। ଏହା ସହିତ ସୁଶାନ୍ତ ଧଳସାମନ୍ତଙ୍କଠାରୁ ଜବତ ହୋଇଥିବା ମନୋଜ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ ମାମଲାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଙ୍କଠାରେ ଚାର୍ଜଫ୍ରେମ୍ କରାଗଲା।
ଧଳସାମନ୍ତଙ୍କ ୨ ସହଯୋଗୀ ବୁଲୁ ମହାନ୍ତି ଓ ଭୋଲା ଭଗତଙ୍କୁ ମଧ୍ୟ ଆଜି ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ଟେଣ୍ଡର ଫିକ୍ସିଂ, ଜାଲ ନୋଟ୍, ବନ୍ଧୁକ କାରବାର ଓ ଜାଲଭୋଟର ପରିଚୟପତ୍ର, ପାନ୍କାର୍ଡ ମାମଲରେ ଏହି ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ଆସନ୍ତା ୨୩ ତାରିଖରେ ସୁଶିଲଙ୍କୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜିର କରିବାକୁ ଦିନ ଧାର୍ଯ୍ୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।