କଟକ: ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ୍

କଟକ: କଟକ ବାଦାମବାଡ଼ି ସ୍ଥିତ ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଆଜି ଜଣେ ବ୍ୟବସାୟୀଙ୍କଠାରୁ ୩,୩୩,୦୦୦ ଟଙ୍କା ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ପଟକଡ଼। ତାଙ୍କ ଘର ଅନୁଗୋଳ ଅଞ୍ଚଳରେ।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସେ ବାଦାମବାଡ଼ି ସ୍ଥିତ ଏକ୍ସିସ୍ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଇଥିଲେ। ତେବେ ଟଙ୍କା ଡିପୋଜିଟ୍ ହୋଇ ନ ପାରିବାରୁ ସେ ନିଜ କାର୍ ନିକଟକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏ ନେଇ ସେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।