କଟକ: କଟକ ଜିଆରପି ଥାନା ଅଧିକାରୀ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଅଞ୍ଚଳର ଫୁଲ ସିଂ ନାମକ ଜଣେ ଭିନ୍ନକ୍ଷମ ମହିଳା ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ଗତ ଶନିବାର ଦିନ କଟକ ରେଳ ଷ୍ଟେସନ୍ରେ ବସିଥିଲେ। ତାଙ୍କର ୧୦ ବର୍ଷର ପୁଅ ଗଣେଶ କିଛି ଖାଦ୍ୟ ଜିନିଷ କିଣିବାକୁ ବାହାରକୁ ଯାଇଥିଲା। ସେହି ସମୟରେ ଜିଆରପି ପୋଲିସ୍ ଅପରେସନ୍ ମୁସ୍କାନ୍ ଆଳରେ ଗଣେଶକୁ ଥାନାକୁ ନେଇ ଯାଇଥିଲା। ଫୁଲ ସିଂ ଥାନାକୁ ଯାଇ ତାଙ୍କ ପୁଅକୁ ଫେରାଇ ଦେବା ପାଇଁ କହିଥିଲେ। ତେବେ ପୋଲିସ୍ ଶୁଣି ନ ଥିଲା। ଓଲଟି ଥାନା ଅଧିକାରୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ପୋଲିସ୍ ଗଣେଶକୁ ବସୁନ୍ଧରାକୁ ହସ୍ତାନ୍ତର କରିଥିଲା। ତେବେ ଫୁଲ ବସୁନ୍ଧରାକୁ ଯାଇ ପୁଅକୁ ନ ଫେରାଇଲେ ଆତ୍ମହତ୍ୟା କରିବ ବୋଲି କହିଥିଲେ। ଏହାପରେ ଏହି ଘଟଣା ଗଣମାଧ୍ୟମ ନଜରକୁ ଆସିଥିଲା। ତେବେ ଏହି ଘଟଣାରେ ଜିଆରପି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା, ୨ ମୃତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।