ପତ୍ନୀଙ୍କୁ ଆକ୍ରମଣ କରି ପତି ଫେରାର

କଟକ: କଟକ ସଦର ଥାନା ନିକଟରେ ଦୀନେଶ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।  ଜ୍ୟୋତ୍ସ୍ନାରାଣୀ ମା’ ଏହି ଅଭିଯୋଗ କରିଛନ୍ତି। ଜ୍ୟୋତ୍ସ୍ନାରାଣୀଙ୍କ ମା’ ଓ ନାରୀ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ କଟକ ଡିସିପିଙ୍କୁ ଭେଟି ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ପ୍ରାୟ ତିନି ବର୍ଷ ତଳେ ଦୀନେଶ ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ […]

narisurakhya

narisurakhya

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 09:42 PM IST

Sports

Latest News

କଟକ: କଟକ ସଦର ଥାନା ନିକଟରେ ଦୀନେଶ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।  ଜ୍ୟୋତ୍ସ୍ନାରାଣୀ ମା’ ଏହି ଅଭିଯୋଗ କରିଛନ୍ତି।

ଜ୍ୟୋତ୍ସ୍ନାରାଣୀଙ୍କ ମା’ ଓ ନାରୀ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ କଟକ ଡିସିପିଙ୍କୁ ଭେଟି ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ପ୍ରାୟ ତିନି ବର୍ଷ ତଳେ ଦୀନେଶ ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା। ପରେ ସେ ଧରାପଡ଼ିଥିଲେ। ଏ ଖବର ପ୍ରଚାରିତ ହେବା ପରେ ଏହି ଘଟଣାକୁ ନେଇ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀଙ୍କ ସହ ତାଙ୍କର ବରାବର କଳିଝଗଡ଼ା ଲାଗି ରହୁଥିଲା। ଗତ ୨୪ ତାରିଖରେ ଜ୍ୟୋତ୍ସ୍ନାରାଣୀ ସ୍ୱାମୀଙ୍କ ଆକ୍ରୋଶର ଶିକାର ହେବା ପରେ ଗୁରୁତର ଭାବେ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos