କଟକ: ଲୁଟ୍‌ ଉଦ୍ୟମ ବେଳେ ଧରାପଡ଼ିଲେ ୩ ଡକାୟତ

କଟକ: ସିଡିଏ ସେକ୍ଟର ୬ ସ୍ଥିତ ମୁଥୁଟ୍ ଫାଇନାନ୍ସରୁ ଗତକାଲି ରାତିରେ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ୩ ଜଣ ଡକାୟତ ଧରାପଡିଛନ୍ତି। ତେବେ ଘଟଣା ସ୍ଥଳରୁ ୨ରୁ ୩ ଜଣ ଡକାୟତ ଖସି ଯିବାକୁ ସକ୍ଷମ ହୋଇଥିବା ପୋଲିସ କହିଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୁଥୁଟ୍‌ ଫାଇନାନ୍ସରୁ ଡକାୟତି କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପିସିଆର ଗାଡି ସେମାନଙ୍କୁ ଧରିଥିଲା। ଆଜି ସକାଳେ କଟକ ଡିସିପି ସଞ୍ଜୀବ ଆରୋରା ଘଟଣା […]

ctc

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 12:05 PM IST

କଟକ: ସିଡିଏ ସେକ୍ଟର ୬ ସ୍ଥିତ ମୁଥୁଟ୍ ଫାଇନାନ୍ସରୁ ଗତକାଲି ରାତିରେ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ୩ ଜଣ ଡକାୟତ ଧରାପଡିଛନ୍ତି। ତେବେ ଘଟଣା ସ୍ଥଳରୁ ୨ରୁ ୩ ଜଣ ଡକାୟତ ଖସି ଯିବାକୁ ସକ୍ଷମ ହୋଇଥିବା ପୋଲିସ କହିଛି।

ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୁଥୁଟ୍‌ ଫାଇନାନ୍ସରୁ ଡକାୟତି କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପିସିଆର ଗାଡି ସେମାନଙ୍କୁ ଧରିଥିଲା।

ଆଜି ସକାଳେ କଟକ ଡିସିପି ସଞ୍ଜୀବ ଆରୋରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖସି ଯାଇଥିବା ଡକାୟତମାନଙ୍କୁ ଶୀଘ୍ର ଧରାଯିବ ବୋଲି ଆରୋରା କହିଛନ୍ତି।

Related story